ବିଷାକ୍ତ ସାପ କାମୁଡିବା ପରେ ଜୀବନ୍ତ ସାପକୁ ହାତରେ ଧରି ଡାକ୍ତରଖାନାରେ ପହଞ୍ଚିଲେ ଆହତ ଯୁବକ, ଆଉ ତା'ପରେ...

 

ଓଡ଼ିଆ ଗସିପ ବ୍ୟୁରୋ: ହାତକୁ କାମୁଡ଼ିଲା ବିଷାକ୍ତ ଗୋଖର ସାପ, ଆଉ ତା’ପରେ ସେହି ଜୀବନ୍ତ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଆହତ ଯୁବକ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିରିକଳା ପଞ୍ଚାୟତ ବଳିତା ଗ୍ରାମରେ । ଜଣେ ଆଦିବାସୀ ଯୁବକଙ୍କ କାର୍ଯ୍ୟ ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବରରୁ ପ୍ରକାଶ ଯେ, ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ ବିଷଧର ସାପ ଜଣେ ଆଦିବାସୀ ଯୁବକଙ୍କୁ କାମୁଡି ଥିଲା ଏବଂ ଯୁବକ ଜଣକ ସେଇ ସାପକୁ ଧରି ଡାକ୍ତରଖାନାରେ ପହଂଚିଥିଲା, ଘଟଣାଟି ଯୋଡା ବ୍ଲକ ବିରିକଳା ପଞ୍ଚାୟତ ବଳିତା ଗ୍ରାମରେ ଘଟିଛି ।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ବବିଙ୍କ ଘରେ ସରିଲା କଥା, ଶେଷରେ ନବୀନଙ୍କ ଆଶୀର୍ବାଦରେ ବିଧାୟକ ହେବେ ଲେଖାଶ୍ରୀ!

ଗୁରୁବାର ସକାଳେ ବଳିତା ଗ୍ରାମର କାଳିଆ ମୁଣ୍ଡା ନିକଟସ୍ଥ ଜଙ୍ଗଲରେ ଯାଉଥିବା ସମୟରେ ତାଙ୍କ ଗୋଡକୁ ଏକ ନାଗ ସାପ କାମୁଡ଼ି ଦେଇଥିଲା । ଏହି ସମୟରେ ସେ ସାହସର ସହିତ ସାପଟିକୁ ଧରିବାକୁ ଚେଷ୍ଟା କରିବା ବେଳେ ସାପଟି ପୁନର୍ବାର ତାଙ୍କ ଡାହାଣ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା ।

ତେବେ ସେ କୌଶଳକ୍ରମେ ସାହସର ସହିତ ସାପଟିକୁ ଧରିନେଇ ସିଧା ଯାଇ ବାସୁଦେବପୁର ସରକାରୀ ଡାକ୍ତରଖାନାରେ ପହଞ୍ଚିଥଲେ । ଏହା ଦେଖି କର୍ମଚାରୀ ମାନେ ଭୟଭୀତ ହୋଇ ପଡିଥିଲେ ।

ଆହୁରି ପଢ଼ନ୍ତୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

ଖବରପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିବା ବେଳେ ବିଷକ୍ରୀୟା ଯୋଗୁ ଯୁବକଟିର ହାତ ଓ ଗୋଡ ଫୁଲିଯାଇ ଥଲା । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅବସ୍ଥା ଗୁରୁତ୍ତର ରହିଛି ।

ତେବେ ଆଦିବାସୀ ସମ୍ପ୍ରଦାୟର ଲୋକେ ସାଧାରଣତଃ ଗୁଣି ଗାରେଡି ଉପରେ ଅଧିକ ଭରସା କରିଥାଆନ୍ତି । ଯୁବକ ଜଣଙ୍କ ତାହା ନକରି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ଥିବାରୁ ସେ ସୁସ୍ଥ ହୋଇ ଫେରିବା ଆଶା କରାଯାଉଛି ।