ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା: ସୃଷ୍ଟି ହେବ ଘନ ଘନ ଲଘୁଚାପ

 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଆଗକୁ ଆସୁଛି ବଡ଼ ବର୍ଷା। କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା। ଘନ ଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେଉଛି।

ଅଧିକ ପଢ଼ନ୍ତୁଭାରତ ଲେଖିବ ଜହ୍ନରେ ନାଁ: ତୃତୀୟ ଥରରେ ହେବ ସଫଳ

ଲଘୁଚାପ ସୃଷ୍ଟି ହେବାପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି।ଅନ୍ୟପଟେ ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବଙ୍ଗୋପସାଗରେ କ୍ରମାଗତ ଭାବେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହିତ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଛି। ତେଣୁ ରାଜ୍ୟକୁ ୧୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହୋଇ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁବନ୍ଦ ହୋଇଯିବ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ: ଶସ୍ତାରେ ମିଳିବନି ଡ୍ରେସ, ଚଟପଟା ଖାଇବାର ମଜା

ପ୍ରଥମ ଲଘୁଚାପଟି ଆସନ୍ତା ୧୮ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ମୌସୁମୀ ଟ୍ରଫ୍‌‌ ସ୍ୱାଭାବିକ ସ୍ଥିତିକୁ ଫେରିବ। ଏହାଦ୍ୱାରା ବୁଣା, ରୁଆ, ବେଉଷଣ ପାଇଁ ପାଣି ଉଠିଯାଇପାରେ। ସେହିପରି ଚତୁର୍ଥ ସପ୍ତାହ ଅର୍ଥାତ୍‌ ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ମଧ୍ୟ ଘନୀଭୂତ ହୋଇ ଭଲ ବର୍ଷା କରାଇବ ଓ ପାଣି ଲଗାଇବ ବୋଲି ଆକଳନ କରାଯାଇଛି।

ଚଳିତ ମୌସୁମୀ ଋତୁରେ ଜୁନ ୧ ରୁ ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିମି ବର୍ଷା ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁଯାତ୍ରୀବାହୀ ବସ୍ ଓଲଟିଲା: ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ, କଣ୍ଡକ୍ଟର ଗୁରୁତର

ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୨ ପ୍ରତିଶତ ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମିମି ବର୍ଷ ସହ ଏଠାରେ ସବୁଠାରୁ କମ୍‌‌ ଅର୍ଥାତ ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ କମ୍‌‌ ରହିଛି। ଏହି ସମୟ ମଧ୍ୟରେ ୧୭ ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି. ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୦.୮ ମିମି. ତୁଳନାରେ ୫୩ ପ୍ରତିଶତ କମ୍‌‌ ହୋଇଥିବା ରେକର୍ଡ ହୋଇଛି।