ଜେଲ୍‌ରୁ ବାହାରୁ ବାହାରୁ ବିସ୍ଫୋରଣ, କହୁ କହୁ ଅର୍ଚ୍ଚନା କହିଦେଲେ ଏହି ଅକୁହା କଥା...
 

Lady Blackmailer Archana Nag vows to expose everyone
 
Lady Blackmailer Archana Nag vows to expose everyone
ଜେଲ୍‌ରୁ ବାହାରୁ ବାହାରୁ ଅର୍ଚ୍ଚନା କହିଦେଲେ ଏହି ଅକୁହା କଥା...
 

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲା । ୧୪ ମାସ ପରେ ଭୁବନେଶ୍ବର ଝାରପଡ଼ା ଜେଲ୍‌ ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ଅର୍ଚ୍ଚନା ଆଇନ ବିଭାଗର ଛାତ୍ରୀ ଅଟନ୍ତି। ଆଜି ତାଙ୍କର ଆଇନ ପରୀକ୍ଷା ଥିଲା।  ତେବେ ଜେଲରୁ ବାହାରିବା ପରେ କୋର୍ଟଙ୍କ ଦ୍ବାରସ୍ଥ ହେବି ବୋଲି କହିଛନ୍ତି ଅର୍ଚ୍ଚନା । 

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ପୂର୍ବରୁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୁଲିସ ଉଭୟଙ୍କ ବିରୋଧରେ କେସ କରିଥିଲା ।ପରୀକ୍ଷା ଦେଇ ବାହାରିବା ପରେ ଅର୍ଚ୍ଚନା କହିଥିଲେ ଯେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି । ମୁଁ ସବୁ ସାମ୍ନା କରିବି, ମୁଣ୍ଡ ନୁଆଁଇବା ପିଲା ମୁଁ ନୁହେଁ । ଜେଲ୍‌ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି ଆଉ ଅନେକ ଶିଖିଲି ବୋଲି ଅର୍ଚ୍ଚନା କହିଛନ୍ତି। ଆଇନ ଉପରେ ମୋର ଭରସା ଅଛି, ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ଅର୍ଚ୍ଚନା କହିଛନ୍ତି। ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । 

ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !