ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚେଇ ଦେଲେ; ଟ୍ରାକ ତଳକୁ ପଶିଯାଉଥିବା ବେଳେ ଭିଡି ଆଣିଲେ ଦୁଇ RPF କର୍ମଚାରୀ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ ଟିକେ ହେଇଥିଲେ ହୁଏତ ଚାଲିଯାଇଥାନ୍ତା ଜୀବନ। ହେଲେ ମୃତ୍ୟୁ ଆଗରୁ ଯେମିତି ବଞ୍ଚିଗଲା ଜୀବନ। ଆଉ ସମସ୍ତେ ବି ଦେଲେ ସାବସି। ଦୁଇ ଜଣ ଆରପିଏଫ୍ କର୍ମଚାରୀ ବଞ୍ଚାଇଲେ ମହିଳାଙ୍କ ଜୀବନ । ଏପରି ଘଟଣା ଘଟିଛି ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଠାକୁରଙ୍କ ନାଁ ରେ ଫାର୍ସ, ଶ୍ରବଣ ମାସରେ ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ!

ଘଟଣାଟି ହେଲା, ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଅଟକି ରହିଥିଲା । ଟ୍ରେନ୍ ଛାଡିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ଟ୍ରେନରେ ଚଢିଥିଲେ। କିନ୍ତୁ ମହିଳା ଜଣଙ୍କ ଚଢିବା ପୂର୍ବରୁ ଟ୍ରେନ୍ ଛାଡି ଦେଇଥିଲା। ଏହି ସମୟରେ ଚଳନ୍ତା ଗାଡିରେ ଜଣେ ୬୫ ବର୍ଷୀୟ ବୃଦ୍ଧ ମହିଳା ଚଢିବାକୁ ଉଦ୍ୟମ କରୁଥିଲେ । ଏତିକି ବେଳେ ତାଙ୍କ ଗୋଡ ଖସିଯାଇଥିଲା।

ଅଧିକ ପଢ଼ନ୍ତୁ : ଶନି ଦୋଷ ଦୂର କରିବାକୁ ଚାହୁଁଛନ୍ତି କି? କରନ୍ତୁ ଏହି ଗୋଟିଏ କାମ, ଦୂର ହେବ ୧୪ ବର୍ଷର ଶନି ଦୋଷ!

ଆଉ ଠିକ୍ ସେତିକିବେଳେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା RPF ASI ଜେ.କେ. ଆଚାର୍ଯ୍ୟ ଏବଂ ହେଡ୍ କନଷ୍ଟେବଲ ଏମ୍. ୱାଇ.ରାଓ ବୃଦ୍ଧ ମହିଳାଙ୍କୁ ଟାଣି ଉଦ୍ଧାର କରିଥିଲେ। ଯାହା ଫଳରେ ମହିଳା ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଥିଲେ। ଦୁଇ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ଜୀବନ ବଞ୍ଚି ଯାଇଛି ।

ଅଧିକ ପଢନ୍ତୁ: ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା ! କ୍ରୁଟର ଟ୍ବିଟ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା, ଏହି ସବୁ ବ୍ୟବସ୍ଥା କରିବାକୁ ଦାବି

କର୍ତ୍ତବ୍ୟରତ ଦୁଇ RPF କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଫଳରେ ମହିଳାଙ୍କ ଜୀବନ ରକ୍ଷା ପାଇ ଯାଇଥିଲା। CCTV ଫୁଟେଜରେ ଏହା କଏଦ ହୋଇଛି। ଶନିବାର ସକାଳ ୯ଟା ସମୟର ଏହି ଘଟଣା ଘଟିଛି।