ହାଇସ୍କୁଲ ପ୍ରଧାନଶିକ୍ଷକ ନୂଆ ସ୍କୁଲ୍ ର ବିଲ୍ ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ
High School Headmaster Apprehended By Vigilance For Taking Bribe Of Rs 40K In Kalahandi
Mar 21, 2024, 22:24 IST

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ
ଓଡ଼ିଆ ଗସିପ୍ ବ୍ୟୁରୋ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମକରଗୁଡା ତ୍ରିଶକ୍ତି ହାଇସ୍କୁଲର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଛି ଭିଜିଲାନ୍ସ ଟିମ୍।
ନୂଆ ସ୍କୁଲ୍ କୋଠା ନିର୍ମାଣ କାମର ବିଲ୍ କରି ଦେବା ପାଇଁ ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡି ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।
ଆଧିକ ପଢନ୍ତୁ : ବୁଧ ଚଳନ, ଆରମ୍ଭ ହେବ ଭଲ ସମୟ, ଏହି ୩ଟି ରାଶିର ଫିଟିବ ଭାଗ୍ୟ!
ପରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ସ୍କୁଲ ଅଫିସ ଓ ଘରେ ଏକକାଳୀନ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଏହି ଚଢ଼ାଉ ହୋଇଛି। ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।
ଆଧିକ ପଢନ୍ତୁ: ଡାଇବେଟିସ୍ ହେବା ପୂର୍ବରୁ ଶରୀରରେ ଦେଖାଯାଏ ଏହିସବୁ ଲକ୍ଷଣ! ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ