ଘରେ ସ୍ୱାମୀ ନଥିବା ଦେଖି ବୋହୂ ସହିତ ଦୁଷ୍କର୍ମ ଉଦ୍ୟମ କମୁକ ଶ୍ଵଶୁରକୁ ପଡ଼ିଲା ମହଙ୍ଗା, ପରେ ଏପରି କିଛି ଘଟିଲା କି ମନେ ରହିବ ସାରା ଜୀବନ...

 

ଓଡ଼ିଆ ଗସିପ ବ୍ୟୁରୋ : ବେକରେ ଜୋତାମାଳ ,ଗୋଡରେ ବନ୍ଧା ହୋଇଛି ପ୍ଲାଷ୍ଟିକ୍‌ ଦଉଡି । ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏମିତି କାହାକୁ ଓ କାହିଁକି ପିନ୍ଧାଯାଇଛି  ? ଦର୍ଶକବନ୍ଧୁ ଇଏ ଏମିତି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଦିଆଯାଇଛି ଏମିତି ଦଣ୍ଡ ।

ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ । ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର । ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ ।

ଆହୁରି ପଢ଼ନ୍ତୁ : ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବାପା, ସହି ନପାରି ବେକରେ ରଶି ଲଗେଇଲା ନାବାଳିକା ଝିଅ

ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ । ବାସ୍‌ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ ।

ବାପଘର ପାଖରେ ପହଞ୍ଚିବା ପରେ ଶ୍ୱଶୁରଙ୍କ ପୂରା କାରନାମା ସମ୍ପର୍କରେ ବୁଝିବା ସହିତ ଶ୍ୱଶୁରଙ୍କୁ ବାନ୍ଧି ପକାଇଥିଲେ ବାପଘର ଲୋକ । ଗୋଡରେ ପ୍ଲାଷ୍ଟିକ ଦଉଡି ବନ୍ଧା ହେବା ସହିତ ବେକରେ ଜୋତା ଓ ପାଛିଆ ମାଳ ପିନ୍ଧାଇ ଦେଇଥିଲେ ଲୋକେ ।

ଏମିତିକି ନିର୍ଘାତ ମାଡ ବି ମରାଯାଇଥିଲା । କାମୁକ ଶ୍ୱଶୁରଙ୍କ ଏପରି କାଣ୍ଡ ଜାଣିବା ପରେ ଗାଁରେ କଙ୍ଗାରୁକୋର୍ଟ ବସିଥିଲା । ପରେ ଏମିତି ବାନ୍ଧି ମାଡ ମାରିଥିଲେ ଗାଁ ଲୋକେ ।

ଆହୁରି ପଢ଼ନ୍ତୁ : ଜଣା ପଡ଼ିଲା ନବ ଦାସଙ୍କୁ ହତ୍ୟା କରିବାର ଅସଲ କାରଣ, ନିଜେ ଗୋପାଳ ଏକଥାକୁ କଲା ସ୍ଵୀକାର

ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ହେଲେ ପୁଅ-ସ୍ତ୍ରୀଙ୍କ ଅନୁପସ୍ଥିତିରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।