ସାପ କାମୁଡ଼ାରେ ବାପା ଓ ଝିଅଙ୍କ ମୁତ୍ଯୁ, ଝିଅର ଅନ୍ତିମ ସଂସ୍କାର କରି ଫେରିବା ବେଳକୁ ଚାଲିଗଲେ ବାପା

Father and daughter died due to snake bite
 
ବିଷାକ୍ତ ସାପ କାମୁଡ଼ାରେ ବାପା ଝିଅ ଦୁହିଁଙ୍କ ମୃତ 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଷାକ୍ତ ସାପ କାମୁଡାରେ ବାପ ଓ ଝିଅ ଦୁହେଁ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ଗ୍ରାମରେ ଦୁଃଖର ଛାୟା ଖେଳିଯାଇଛି। ଏଭଳି ଘଟଣା ବୁଗୁଡା ଏନ୍ଏସିର ଓ୍ବାର୍ଡ ନ-୧ ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗାଁରେ ଘଟିଛି । ମୃତ ଦୁଇ ଜଣ ହେଲେ ବାପା ଶିବରାମ ନାୟକ ଓ ଛଅ ବର୍ଷର ଝିଅ ଶ୍ରାବଣୀ ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୨୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

ଘଟଣାରୁ ପ୍ରକାଶ ଯେ , ଗତକାଲି ସାରା ରାତି ବିଦ୍ଯୁତ୍ ନଥିବା ବେଳେ ଘରେ ବାପ ଓ ଝିଅ ଅନ୍ଧକାରରେ ଶୋଇଥିଲେ। ବିଳମ୍ବିତ ରାତିରେ କୌଣସି ବିଷାକ୍ତ ସାପ ସେ ଦୁହିଁଙ୍କୁ କାମୁଡି ଦେଇଥିଲା । ସେମାନଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା ।

ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରି ବାପାଙ୍କ ଚିକିତ୍ସା ଜାରି ରଖିଥିଲେ । ତେବେ ଗ୍ରାମବାସୀ ଓ ପରିବାର ଲୋକେ ଝିଅ ଶ୍ରାବଣୀର ଅନ୍ତିମ ସଂସ୍କାର କରି ଅପରାହ୍ନରେ ଫେରିବା ବେଳକୁ ବାପା ଶିବରାମଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଖବର ପାଇ ପୋଲିସ ଏସ୍ଆଇ ସମୀର କୁମାର ସେଠୀ ମେଡିକାଲରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଆସନ୍ତାକାଲି ବ୍ଯବଛେଦ ନିମନ୍ତେ ପଠାଯିବ ବୋଲି ଜଣାଯାଇଛି । ବିଷାକ୍ତ ସାପ କାମୁଡ଼ାରେ ବାପ ଓ ଝିଅ ଦୁହେଁ ଆରପାରିକୁ ଚାଲିଯିବା ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।