ଆଜିର ସୁବିଚାର: ଚାରି ଧାମ ଯାତ୍ରା କରନ୍ତୁ କୋଟି ଜନ୍ମର ପୁଣ୍ୟ ଲାଭ କରି ସ୍ୱର୍ଗ ସୁଖ ପାଆନ୍ତୁ
ଓଡ଼ିଆ ଗସିପ୍ ବ୍ୟୁରୋ: ସନାତନ ଧର୍ମରେ ଚାରି ଧାମର ବିଶେଷ ମହତ୍ତ୍ୱ ରହିଛି । ଚାରି ଧାମ ଯାତ୍ରା କରିବାକୁ ସବୁ ଲୋକଙ୍କର ବେଶ ଆଗ୍ରହ ରହିଥାଏ । ବଦ୍ରିନାଥ ଧାମ, ଜଗନ୍ନାଥ ଧାମ, ଦ୍ୱାରିକା ଓ ରାମେଶ୍ୱରମକୁ ଭାରତର ୪ ଧାମ ବୋଲି କୁହାଯାଏ । ଏହି ୪ ଧାମ ପରିଭ୍ରମଣ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ୪ ଧାମ ତୀର୍ଥଯାତ୍ରା କଲେ ଭଗବାନଙ୍କ ଅଶିଷ ଲାଭ ହୋଇଥାଏ ।
ଅଧିକ ପଢ଼ନ୍ତୁ: ସଭିଙ୍କ ଦୁଃଖସୁଖର ସାଥୀ ରାଣୀ, ଜାଣନ୍ତୁ କିଛି ଖାସ୍ କଥା
ବଦ୍ରିନାଥ ଅଲଖନନ୍ଦା ନଦୀ କୂଳରେ ଉତ୍ତରଖଣ୍ଡ ରାଜ୍ୟରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁଙ୍କ ନିବାସ ରହିଛି । ମାନ୍ୟତା ଅଛି ଆଦି କାଳରୁ ଏହା ପବିତ୍ର ଧାମ ରୂପେ ବିବେଚିତ ହୋଇଥାଏ । କୁଯାହାଏ ଯେଉଁ ବ୍ୟକ୍ତି ବଦ୍ରିନାଥ ଥରେ ଦର୍ଶନ କରନ୍ତି ତାଙ୍କୁ ଆଉ ଦ୍ୱିତୀୟ ଥର ଜନ୍ମ ନେବାକୁ ପଡେ ନାହିଁ । ତାଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ବଦ୍ରିନାଥର କବାଟ ଶୀତ ଋତୁରେ ଦୀପାବଳିର ଦ୍ୱିତୀୟ ଦିନରେ ବନ୍ଦ କରାଯାଏ । ଏହା ପରେ ୬ ମାସ ଯାଏଁ ଏଠାରେ ଦୀପ ପ୍ରଜ୍ୱଳନ କରାଯାଏ । ବଦ୍ରିନାଥ ଓ କେଦାରନାଥର କବାଟ ଖୋଲିବାର ତିଥି ଏପ୍ରିଲ ଓ ମେ’ ମାସ ମଧ୍ୟରେ ହୋଇଥାଏ । ଏହାର ଘୋଷଣା ବସନ୍ତ ପଞ୍ଚମୀରେ କରାଯାଏ।
ଅଧିକ ପଢ଼ନ୍ତୁ: ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍
ଜଗନ୍ନାଥ ଧାମ ପୁରୀ ଓଡିଶା ପୁରୀ ଜିଲ୍ଲାରେ ଅବସ୍ଥିତ । ଏହି ଧାମ ବୈଷ୍ଣବ ସଂପ୍ରଦାୟ ସହ ଜଡିତ । ଏହି ମନ୍ଦିରରେ ଭଗବାନ ଜଗନ୍ନାଥ ତାଙ୍କ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ବୀରମାନ କରିଥାନ୍ତି। ଏଠାରେ ପ୍ରତ୍ୟେକ ବର୍ଷ ଆଷାଢ ମାସରେ ରଥଯାତ୍ରା ପାଳନ କରାଯାଏ । ଏହି ଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଯାଏଁ ଚାଲିଥାଏ ।
ଏହି ଧାମ ତାମିଲନାଡୁ ରାଜ୍ୟର ରାମନାଥପୁରମ୍ ସିଲେରେ ଅବସ୍ଥିତ । ଏହି ମନ୍ଦିରର ସ୍ଥାନ ପ୍ରଭୁ ଶ୍ରୀରାମ ବନବାସ ସମୟରେ କରିଥିଲେ । ଉତ୍ତର ଭାରତ ମଧ୍ୟରେ ଯେଉଁ ମହିମା କାଶୀ ଧାମ ଅଛି ଦକ୍ଷିଣରେ ରାମେଶ୍ୱରମ ମନ୍ଦିର ମଧ୍ୟ ଅଛି । ଏହି ସ୍ଥାନରେ ଭଗବାନ ରାମ ଲଙ୍କାକୁ ଯିବା ପାଇଁ ବାନର ସେନା ସହ ସେତୁର ନିର୍ମାଣ କରିଥିଲେ ।
ଅଧିକ ପଢ଼ନ୍ତୁ: ସୀମା ହାଇଦର୍ଙ୍କୁ ସୀମା ପାର୍ କରାଇବାରେ ରହିଛି ତୃତୀୟ ଲୋକର ହାତ
ଏହି ଧାମ ଗୁଜୁରାଟର ପଶ୍ଚିମ ଦିଗର ସମୁଦ୍ର କୂଳରେ ଅବସ୍ଥିତ । ଦ୍ୱାରିକା ଧାମ ଭଗବାନ କୃଷ୍ଣଙ୍କ ନିବାସ ଅଟେ । ଏମିତି ମାନାଯାଏ ଭଗବାନ କୃଷ୍ଣଙ୍କ ପରେ ପ୍ରକୃତ ଦ୍ୱାରିକା ନଗରି ସମୁଦ୍ରରେ ଲୀନ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ତାହାର ୨ଟି ଅବଶେଷ ରହିଛି । ଗୋମତୀ ଦ୍ୱାରିକାରେ ୯ଟି ଘାଟ ଅଛି । ଜନ୍ମାଷ୍ଟମୀରେ ଦ୍ୱାରିକାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।