ଶ୍ୱଶୁର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା, ପାରିବାରିକ କାରଣ ନା ମାନସିକ ଅବଶାଦ ? କାରଣ ଅସ୍ପଷ୍ଟ

Doctor Found Hanging At In-Laws Place In Berhampur 
 
 
ଶ୍ୱଶୁର ଘରେ ଡାକ୍ତର ଜ୍ୱାଇଁଙ୍କ ଆତ୍ମହତ୍ୟା

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗର ପ୍ରଥମ ଲାଇନ ନିବାସୀ ପ୍ରଶାନ୍ତ କୁମାର ବ୍ରହ୍ମାଙ୍କ ଘରେ ତାଙ୍କ ଡାକ୍ତର ଜ୍ୱାଇଁପୁଅ ବେକରେ ଚାଦର ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ଡ଼ାକ୍ତର ସୁରେନ୍ଦ୍ରନାଥ ରଥ(୫୧) । ସୁରେନ୍ଦ୍ରଙ୍କ ଘର ରାୟଗଡାରେ ହୋଇଥିବା ବେଳେ ସେ’ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଭାଗରେ ଡାକ୍ତର ଥିଲେ ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କାରଣ ଅଥବା ଅବଶାଦ ଜନିତ ବୋଲି ଅନୁମାନ କରାଯାଉଛି । ବ୍ୟବଛେଦ ରିପୋର୍ଟ ମିଳିବା ମୃତ୍ୟୁ ପଛର ପ୍ରକୃତ ରହସ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ପୁଲିସ ଉକ୍ତ ଘରୁ ଗୋଟିଏ କଟୁରୀ ଓ ଦୁଇଖଣ୍ଡ ହୋଇଥିବା ଏକ ଚାଦରକୁ ଜବତ କରିଛି । ପୁଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ସୂଚନାଯୋଗ୍ୟ ଯେ, ଡାକ୍ତର ସୁରେନ୍ଦ୍ରନାଥ ରଥଙ୍କ ପତ୍ନୀ ନିଲମ ରଥ ଓ ନାବାଳକ ପୁଅ ସହିତ ପାରଳାଖେମୁଣ୍ଡିରେ ରହୁଥିଲେ । ଗତ ୧ତାରିଖରେ ସପରିବାର ବ୍ରହ୍ମପୁର ଶକ୍ତିନଗର ସ୍ଥିତ ତାଙ୍କ ଶଶୁର ଘରକୁ ଆସିଥିଲେ । କୌଣସି ଏକ କାରଣକୁ କେନ୍ଦ୍ରକରି ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇଥିଲା । ରବିବାର ରାତିରେ ସୁରେନ୍ଦ୍ର ଭୋଜନ କରିବା ପରେ ନିଜ ପୁଅ ସହ ବେଡ଼ରୁମକୁ ଯାଇଥିଲେ । ସକାଳ ସମୟରେ ନିଦରୁ ଉଠି ପୁଅ ବାପାଙ୍କୁ ଫେନରେ ଝୁଲୁଥିବା ଦେଖି ଚିତ୍କାର କରିଥିଲା । ଚିତ୍କାର ଶୁଣି ନିଲମ ରଥ ଉକ୍ତ ରୁମର ଘରର କବାଟ ବାଡେଇଥିଲେ । ଦିର୍ଘ ସମୟରେ ଧରି କବାଟ ନ ଖୋଲିବା ପରେ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ରୁମରେ ସୁରେନ୍ଦ୍ର ଝୁଲୁଥିବା ଦେଖିବାକୁ ପାଇଥିଲେ । ସୁରେନ୍ଦ୍ର ବଞ୍ଚିଥିବା ଆଶଙ୍କାରେ ନିଲମ ଓ ପରିବାରର ଅନ୍ୟ ସଦସ୍ୟମାନେ ସୁରେନ୍ଦ୍ରଙ୍କ ବେକରେ ଲାଗିଥିବା ଚାଦରକୁ କାଟି ସୁରେନ୍ଦ୍ରଙ୍କ ଶରୀରକୁ ତଳକୁ ଓହ୍ଲାଇଥିଲେ । ସେତେବେଳେକୁ ଡାକ୍ତର ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ପରିବାର ଲୋକଙ୍କ ପକ୍ଷରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯାଇଛି । ଅପମୃତ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ ।