ହାତ ଗୋଡ ବନ୍ଧା ଅବସ୍ଥାରେ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ
 

Dead Body recovered from canal in Jajpur 
 
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଧିକ ପଢ଼ନ୍ତୁ: ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବ ପ୍ରଭାବ, ଅକ୍ଟୋବର ୧ରୁ ବଦଳୁଛି ବ୍ୟାଙ୍କର ଏହି ୭ ନିୟମ

ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି  । ପ୍ରିୟରଞ୍ଜନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ସୂଚନା ଅନୁଯାୟୀ, ଗତକାଲି ପ୍ରିୟରଞ୍ଜନ ଘରୁ କେଉଁଆଡେ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ । ଆଜି ସ୍ଥାନୀୟ ଲୋକ ମୃତଦେହଟିକୁ  ଦେଖି ପୋଲିସକୁ ଖବର ଦେଇଥିଲେ।

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ପରେ ବିଞ୍ଝାରପୁର ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି  । ତେବେ ମୃତଦେହ ବ୍ୟବଚ୍ଛେଦ ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…