ପ୍ରଥମେ ପାଇଖାନା ଟାଙ୍କିରୁ; ଏବେ ଜବତ ଗାଡିରୁ ମିଳିଲା ଲାଲି କାଗଜ!, ରହସ୍ୟ ସାମ୍ନାକୁ ଆଣିବା ପାଇଁ ଅଣ୍ଟା ଭିଡିଛି କ୍ରାଇମ ବ୍ରାଞ୍ଚ...

 

ଓଡ଼ିଆ ଗସିପ ବ୍ୟୁରୋ: ନବ ଦାସ ହତ୍ୟା ମାମଲାକୁ ନେଇ ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ । ଘର ପରେ ଏବେ ଗୋପାଳଙ୍କୁ ନେଇ ଫାଣ୍ଡିରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ । ଆଜି ତଦନ୍ତ ପାଇଁ ଗାନ୍ଧି ଛକ ଫାଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । ଫାଣ୍ଡିର ଏକ ଜଵତ କାରକୁ ଯାଞ୍ଚ କରୁଛି ଟିମ ।

ଏହି ହୁଣ୍ଡାଇ ଭେରେନା କାରଟି ଜବତ ହୋଇ ଥାନାରେ ଥିଲା । କାରର ସିଟ ତଳ, ଡ଼ିକି ଆଦି ଖୋଲି କିଛି ଖୋଳତାଡ଼ କରୁଛି ଟିମ । ତିନି ଘଣ୍ଟା ହେବ ଗୋପାଳଙ୍କ MCL କ୍ୱାଟରରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିଥିଲା । ସାଥିରେ ଗୋପାଳଙ୍କୁ ମଧ୍ୟ ଆଣିଥିଲେ କ୍ରାଇମବ୍ରାଞ୍ଚ ଟିମ ।

ଅଧିକ ପଢ଼ନ୍ତୁ : ଖୋଲିଲାନି ସିଟ୍ ବେଲ୍ଟ, କାର ଭିତରେ ଜିଅନ୍ତା ଜଳିଗଲେ ଦମ୍ପତି ! ପେଟରେ ଥିଲା ଛୁଆ...

ଏହି ସମୟରେ କ୍ରାଇମବ୍ରାଞ୍ଚର ଜଣେ DSPଙ୍କ ସହିତ ଫୋରନସିକର ମଧ୍ୟ ଏକ ଟିମ ସାମିଲ ଥିଲେ । ୩ ଘଣ୍ଟା ହେଲା ଘର ଭିତରେ ତନ୍ନ ତନ୍ନ ଯାଞ୍ଚ କରୁଛି ଟିମ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖୋଜୁଥିବା ସନ୍ଦେହ ପ୍ରକାଶ ପାଇଥିଲା । ଘର ଭିତରେ ଆଲମୀରା, ଟେବୁଲ ଆଦି ଡ୍ରଏର ଖୋଲି ଟିମ ଖୋଜାଖୋଜି କରିଥିଲା ।

ଦୀର୍ଘ ଏକ ଘଣ୍ଟା ଗୋପାଳଙ୍କ ସହିତ କ୍ରାଇମବ୍ରାଞ୍ଚ ଥାନରେ ତଦନ୍ତ ପରେ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଟିମ । କ୍ରାଇମବ୍ରାଞ୍ଚ ଥାନରୁ ବହୁ କାଗଜପତ୍ର ଉଠାଇ ନେଇଛି । ଦୁଇ ଦିନ ତଳେ ସକାଳୁ ଗୋପାଳର ହାତ ଲେଖା ଚିଠିର ଖଣ୍ଡ ଝାରସୁଗୁଡା ବିମାନ ବନ୍ଦର ଥାନା ପରିସର ପାଇଖାନା ଟାଙ୍କିରୁ ଉଦ୍ଧାର କରାଯିବା ପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଗୋପାଳ ଗୁଳିମାଡ କରିବା ପରେ ପୋଲିସ ଗୋପାଳକୁ ଗିରଫ କରିଥିଲା । ଥାନାରେ ରଖି ପଚରା ଉଚରା କରିଥିଲା । ଗୋପାଳ ଠାରୁ ଗୁଳି ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ତେବେ ଗୋପାଳ କେବେ କାଗଜରେ ଲେଖିଲା ଓ କଣ ଲେଖିଲା ତାକୁ କିପରି ପାଇଖାନା ଟାଙ୍କିରେ ପକାଇଲା । ୩ ଦିନ ପରେ ପୋଲିସ ଖବର ପାଇବା ପରେ ପାଇଖାନା ଟାଙ୍କିରୁ ଭିଜା କାଗଜ ଉଦ୍ଧାର କରିଲା । ସେହି କାଗଜରେ ଅସ୍ପଷ୍ଟ ଲେଖା ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲେଖାଯାଇଥିବାବେଳେ କଣ ଲେଖାଯାଇଛି ତାହା ପଢିବା ମୁସ୍କିଲ ।

ଅଧିକ ପଢ଼ନ୍ତୁ : ଅଧାରେ ରହିଗଲା ଝିଅକୁ ଦେଖିବା ଆଶା; ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ମା' ଓ ପୁଅ

ସୂଚନାଯୋଗ୍ୟ, ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତର ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ହାଇକୋର୍ଟଙ୍କୁ ଚିଠି ଲେଖାଯାଇଥିଲା । ଉତ୍ତରରେ ହାଇକୋର୍ଟ ପୂର୍ବତନ ବିଚାରପରି ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ସମସ୍ତ ତଦନ୍ତର ରିପୋର୍ଟ ଜଷ୍ଟିସ ଜେପି ଦାସଙ୍କୁ ପ୍ରଦାନ କରିବ ।

ଜଷ୍ଟିସ ଜେପି ଦାସ ତଦନ୍ତର ସମ୍ପୂର୍ଣ୍ଣ ତଦାରଖ କରିବା ସହ ତଦନ୍ତ ଦିଗ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ସୂଚନା ଦେବେ । ଯାହା ଫଳରେ ତଦନ୍ତ ସଠିକ ଏବଂ ଶୀଘ୍ର ଶେଷ ହେବା ସହ ଗୋପାଳ ଦାସ ହତ୍ୟା କରିବାର କାରଣ ଲୋକ ଲୋଚନକୁ ଆସିବ । ଆଜି କ୍ରାଇମ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯାଇ ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି ।