ବ୍ରହ୍ମପୁରରୁ ବଡମ୍ବା ଫେରୁଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ୪୮ ଘଣ୍ଟା ପରେ ବି ମିଳୁନି ପତ୍ତା, ସ୍ତ୍ରୀ କହିଲେ ମୋ...
 

Canara Bank Manager Goes Missing In Odisha's Berhampur 
 
କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ୪୮ ଘଣ୍ଟା ପରେ ବି ମିଳୁନି ପତ୍ତା
 

ଓଡ଼ିଆ ଗସିପ୍ ବ୍ୟୁରୋ: କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା। ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଲାଣି, ହେଲେ ଏଯାଏଁ କିଛି ଖୋଜଖବର ମିଳୁନଥିବା ବେଳେ  ତପନ କୁଆଡେ ଚାଲିଯାଇଛନ୍ତି କି ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।  

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ସେପଟେ କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜକୁ ନେଇ ତାଙ୍କ ସ୍ତ୍ରୀ ଗତକାଲି ତାଙ୍କ ସ୍ୱାମୀଙ୍କୁ କେହି ଅପହରଣ କରାଯାଇଥିବା ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତପନଙ୍କ ସ୍ତ୍ରୀ କହିଛନ୍ତି ନିଖୋଜର ୪୮ ଘଣ୍ଟା ପରେ ବି କିଛି ପତ୍ତା ମିଳିନ ଏବଂ ମୋବାଇଲ ମଧ୍ୟ ସୁଇଚ୍‌ଅଫ୍‌ ରହିଛି। 

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା

ଏଣୁ କେହି ଅପହରଣ କରିନେଇଥିବା ସନ୍ଦେହ ହେଉଛି। ଏନେଇ ପୁଲିସରେ ଅଭିଯୋଗ କରିଛି। ତପନଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ବୈଦେଶ୍ୱର ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଛି। ଅନ୍ୟପଟେ ପୁଅକୁ ଫେରାଇ ଦେବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ତପନଙ୍କ ବାପା । ବ୍ରହ୍ମପୁରର ତପନ ସାହୁଙ୍କ ଗତ ୪ ମାସ ତଳେ ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ଶାଖାରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । 

ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍‌‌ମୀ ବସ୍‌‌ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ