ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି, ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ
 

BJD to celebrate its Foundation Day on 26th December 2023
 
 
BJD to celebrate its foundation day on December 16 2023
୨୬ ତାରିଖରେ ପ୍ରତିଷ୍ଠା ଦିବସ ପାଳିତ ବିଜେଡି
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶୁକ୍ରବାର ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଏହି ବୈଠକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ । ପୂର୍ବାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତିଷ୍ଠା ଦିବସ ଉପରେ ଆଲୋଚନା ହେବ । 

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତାମାନେ ଏହି ବୈଠକରେ ଯୋଗଦେବେ । ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । 

ଅଧିକ ପଢନ୍ତୁ :କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବା ସହ ଆର୍ଥିକ ଚାପ ପାଇଁ ଚିନ୍ତିତ ରହିବେ ଏହି ରାଶିର ଲୋକ, ପଢନ୍ତୁ ସପ୍ତାହିକ ରାଶିଫଳ

ଜୀବନବିନ୍ଦୁ, ବୃକ୍ଷ ରୋପଣ, ଗଣଦୌଡ଼ ଭଳି ବହୁ କାର୍ଯ୍ୟକ୍ରମ ସବୁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଆରମ୍ଭ ହେବ । ଆଗାମି ଦିନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସଂଗଠନକୁ ସୁଦୃଢ଼ କରିବ । ମୁଁ ବି ହେବି ନବୀନ ଓଡ଼ିଶା ସାରଥୀ’ ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଯୁବକ ଓ ଛାତ୍ରମାନେ ସାମିଲ ହେବେ ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !