ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏତିକି ବୟସରେ ପରଲୋକ

BJD MLA & former Odisha Assembly Speaker Surjya Narayan patro passed away
 
ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ଗତକିଛି ଦିନ ହେବ ଅସୁସ୍ଥତା କାରଣରୁ ଦିଗପହଣ୍ଡିର ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂର୍ଯ୍ୟ ନାରାୟଣ ପାତ୍ର ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ। ସେ ଦୁଇ ଥର ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ବିଜୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୪୮ ମସିହାର ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାୟକ ଭାବେ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡିର ବିଧାୟକ ଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳରୁ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ମଧ୍ୟ ମୋହନାରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଜୁ ଜନତା ଦଳ ଗଠନ ପରେ ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୦ ମସିହାରୁ ୨୦୦୯ ଯାଏଁ  ବିଜୁ ଜନତା ଦଳରୁ ମୋହନାରେ ଦୁଇ ଥର ବିଧାୟକ ହୋଇଥିଲେ। ଏହାପରେ ୨୦୦୯ରୁ ଦିଗପହଣ୍ଡିରୁ ବିଧାୟକ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର। ୨୦୦୯ ପରେ ୨୦୧୪ ଏବଂ ଏହାପରେ ୨୦୧୯ ନିର୍ବାଚନରେ ମଧ୍ୟ ଦିଗପହଣ୍ଡିରୁ  ବିଜେଡି ପ୍ରାର୍ଥୀଭାବେ ନିର୍ବାଚନ ଲଢି ବିଜୟୀ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ମୋହନା ପରେ ଦିଗପହଣ୍ଡିର ଲୋକଙ୍କ ହୃଦୟ ଜିତି ଲଗାତର ୭ ଥର ବିଧାୟକ ହୋଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟକରି ସେ ତାଙ୍କ ଦକ୍ଷତା ଦେଖାଇଥିବା ବେଳେ ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍‌ ୧ରୁ ୨୦୨୨ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳ ସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।