ଭାସ୍କରକୁ କଡ଼ା ଭାଷାରେ ୱାର୍ଣ୍ଣିଂ ଦେଇ ଭୁଲ୍ ନ ଦୋହରାଇବାକୁ ତାଗିଦ କରି ଛାଡ଼ିଲା ପୋଲିସ

 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁରୀ ସତ୍ୟବାଦୀରେ ଭିକେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୋଲିସ । ବିଳମ୍ବିତ ରାତିରେ ଲେଖାପଢ଼ା କରି ଭାସ୍କରଙ୍କୁ ଛାଡ଼ିଥିବା ସୂଚନା ମିଳିଛି । ଭାସ୍କରଙ୍କ ବଡ଼ଭାଇଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ଛାଡ଼ିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ : ରବିବାରର ରାଶିଫଳ: ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି

ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଥିଲେ।

ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖିବା ସହ ପୁରୀର କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଉଲ୍ଲେଖଥାଉକି, ଭାସ୍କର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଗାଁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବିଶେଷକରି ଦୟା ନଦୀ ସୁରକ୍ଷା ଅଭିଯାନ ନାମରେ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟ ଜାରି ରଖିଥିଲେ। ଭୁବନେଶ୍ୱର ମହାନଗରର ପ୍ରଦୂଷିତ ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରୁଛି। ଏହାକୁ ମଧ୍ୟ ସେ ବିରୋଧ କରିବା ସହିତ ଦୟା ନଦୀର ସୁରକ୍ଷା ନିମନ୍ତେ ସେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କେବଳ ସେତିକି ନୁହେଁ, ନିକଟରେ ବଡାଲ୍‌ରୁ ହରିପୁର ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପାଇପ ବିଛା ଯାଇଥିଲା। କୌଣସି କାରଣରୁ ଏହା ଅଧାରେ ଅଟକି ରହିଛି। ଏସବୁ ଅସନ୍ତୋଷର ପ୍ରତିଫଳନ ସ୍ବରୂପ ସେ ଏଭଳି କାଳିମାଡ଼ କରିଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: କ'ଣ ଏହିରୋମିଓ-ଜୁଲିଏଟ୍ ଆଇନ ? ଭାରତରେ ଲାଗୁ ହେବ କି?ଅଧିକ ଜାଣନ୍ତୁ