ପୁଣି ଖାକିରେ ଦାଗ, ପୋଲିସ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ASI ଓ ହୋମଗାର୍ଡଙ୍କ ବିରୋଧରେ ମାମଲା ରୁଜୁ...
 

ASI and homeguard Two Odisha Cops Arrested For Raping Minors  in Mayurbhanj 
 
ପୋଲିସ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୋଲିସ୍‌ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ପୁଣି ଖାକିରେ ଲାଗିଲା ଦାଗ, ଗୁଣିଗାରେଡି ଆଳରେ୧୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲେ ହୋମଗାର୍ଡ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ASI ଆନନ୍ଦ ମାଝୀଙ୍କ ସରକାରୀ କ୍ୱାର୍ଟର୍ସରେ କାମ କରୁଥିବା ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ପିଉସୀ ଏନେଇ ଏତଲା ଦେବା ପରେ ରାଇରଙ୍ଗପୁର ପୋଲିସ ASI ଆନନ୍ଦ ମାଝୀଙ୍କୁ ଗିରଫ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ଗିରଫ ହାବିଲଦାର ଜଣକ ହେଉଛନ୍ତି ଜାମଦା ଥାନାରେ କାର୍ଯ୍ୟରତ ଗୁଳତା ଗ୍ରାମର ଦେବାନନ୍ଦ ପାତ୍ର ବୋଲି ଜଣାପଡିଛି। ଘଟଣାରୁ ଯାହା ଜଣାପଡିଛି ମୟୂରଭଞ୍ଜ ସିମାନ୍ତ ଅଞ୍ଚଳ ତଥା ଝାରଖଣ୍ଡରୁ ଏକ ଦମ୍ପତି ଝାଡାଫୁଙ୍କା ପାଇଁ ଗତ ୧୧ତାରିଖ ବୁଧବାର ଦିନ ଗୁଳତା ଗ୍ରାମର ଗୁଣି ଅଭିଯୁକ୍ତ ଦେବାନନ୍ଦ ପାତ୍ରଙ୍କ ଘରକୁ ଆସିଥିଲେ । ଏହାପରେ ଗୁଣି ଦେବାନନ୍ଦ ଏକ ନାବାଳିକା ଦ୍ଵାରା ଦ୍ଵିପ ପ୍ରଜଳନ ଦ୍ଵାରା ଶରିର ଠିକ୍ ହେଇଯିବ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଏହା ପରଦିନ ଦମ୍ପତି ତାଙ୍କ ପନ୍ଦର ବର୍ଷୀୟା ନାବାଳିକା ଭାଣିଜିକୁ ଦେବାନନ୍ଦ ପାଖକୁ ଆଣିଥିଲେ। ପରେ ଦେବାନନ୍ଦ ରାତିରେ ଏକ ନିଛାଟିଆ ଅସ୍ଵସ୍ତ ଗଛ ମୂଳକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା କହିଛି ନାବାଳିକା। ଦୁଷ୍କର୍ମ କରିବା ପରେ ନାବାଳିକା ଜଣକୁ ଏକଥା ବାହାରେ କହିଲେ ପାଗେଳି ହୋଇଯିବ ନଚେତ୍ ମରିଯିବ ବୋଲି ଭୟଭୀତ କରିଥିଲେ । ପରେ ନାବାଳିକା ଜଣକ ସବୁକଥା ନିଜ ପରିବାର ଲୋକଙ୍କୁ କରିଥିଲେ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଏକଥା ଶୁଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ବାହୁବଳୀ ଗୃହରକ୍ଷୀ ନିଜର ଖାକି ପୋଷାକର ଭୟ ଦେଖାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏହି ଗୃହରକ୍ଷୀ ଜଣକ ଦିର୍ଘ ଦିନରୁ ଏହିପରି ଗୁଣିଗାରେଡି କରି ଲୋକଙ୍କୁ ଠକୁଥିବା ସହିତ ନିଜର ଏହି ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି। ଜଣେ ଖାକି ପୋଷାକଧାରୀଙ୍କ ଏପରି କାର୍ଯ୍ୟକୁ ଜିଲ୍ଲା ବ୍ୟାପି ଘୋର ନିନ୍ଦା କରିବା ସହିତ ଉକ୍ତ ଗୃହରକ୍ଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!