ରାସ୍ତା ପାର ହେଉଥିବା ହାତୀକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍, ଛଟପଟ ହୋଇ ଚାଲିଗଲା ଜୀବନ 
 

Elephant dies after being hit by iron-laden truck in Odishas Keonjhar
 
 
ଟ୍ରକ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ 
 

ଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ୪୯ନମ୍ବର ଜାତୀୟ ରାଜପଥ କଣ୍ଟା ବାହାଳ ଗ୍ରାମ ନିକଟରେ ଏକ ଟ୍ରକ୍ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । ଦୁର୍ଘଟଣା ପରେ ଟ୍ରକ୍ ଟିକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। 

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ, କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

ହାତୀ ଜାତୀୟ ରାଜପଥ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି । ତେବେ ସୂଚନା ମୁତାବକ (ଓଡ଼ି ୦୯ୟୁ ୨୪୭୧) ନମ୍ବର ବିଶିଷ୍ଟ ଲୁହାପଥର ବୋଝେଇ ଟ୍ରକ୍ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ଆଡୁ ପାଲଲହଡ଼ା ଅଭିମୁଖେ ଯାଉଥିବା ବେଳେ ସେହି ସମୟରେ ଦନ୍ତା ହାତୀ ରାସ୍ତା ପାର ହେଉଥିବାରୁ ଟ୍ରକ ହାତୀକୁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ହାତୀଟି ରାସ୍ତା କଡକୁ ଛିଟିକି ପଡ଼ିଥିଲା । 

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

କିଛି ସମୟ ପରେ ହାତୀ ଟି ଛିଡ଼ା ହୋଇ କିଛି ପାଦ ଚାଲିବା ବେଳେ ଏକ ବିଲ ମଝିରେ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ହାତୀ ପାଖକୁ ଯାଇ ସ୍ଥିତି ପରଖୁ ଥିବା ବେଳେ ହାତୀର ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରାଯାଇଛି। ଏଥିସହିତ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି ବୋଲି କେନ୍ଦୁଝର ଡି ଏଫ ଓ ଧନରାଜ ଏଚ ଡି କହିଛନ୍ତି।

ଅଧିକ ପଢନ୍ତୁ :ଶୁକ୍ରଙ୍କ ଚଳନ ଫଳରେ ଏହି ୪ ରାଶିଙ୍କ ପାଇଁ ପାଲଟିବ ବରଦାନ! ନୂଆବର୍ଷ ପୂର୍ବରୁ ମିଳିବ ଧନ..