ବିବାହ ବନ୍ଧନରେ ବାନ୍ଧିହେବେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ; ପୁଣି ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ଏବଂ ରାୟଗଡ଼ା ଜିଲ୍ଲାପାଳ

 

ଓଡ଼ିଆ ଗସିପ ବ୍ୟୁରୋ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ସମର୍ଥ ଓ ସ୍ୱଧାଙ୍କ ଏହା ଦ୍ୱିତୀୟ ବିବାହ ହେବ । ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବା ବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

ଆହୁରି ପଢ଼ନ୍ତୁ : ବାତ୍ୟା କୁ ନେଇ ଆଇଏମଡି ଡିଜି କହିଲେ, 'ଲଘୁଚାପ ସୃଷ୍ଟି ହେଲା ପରେ ବାତ୍ୟାର ପ୍ରଭାବ ସମ୍ପର୍କରେ କହିହେବ, ହେଲେ ଓଡ଼ିଶା ପ୍ରତି ବିପଦ କେତେ...'

ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ରାଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।

ଚଳିତ ମାସରେ ଉଭୟଙ୍କ ହାତଗଣ୍ଠି ପଡିପାରେ । ବାରଣାସୀ ଠାରେ ଆଇଏଏସ ସମର୍ଥ ବର୍ମା ଓ ସ୍ବଧାଦେବ ସିଂହଙ୍କ ଦ୍ବିତୀୟ ବିବାହ ହେବା ନେଇ ସ୍ଥିର ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଦୁଇ IAS ବାହା ହେବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ବବିଙ୍କ ଘରେ ସରିଲା କଥା, ଶେଷରେ ନବୀନଙ୍କ ଆଶୀର୍ବାଦରେ ବିଧାୟକ ହେବେ ଲେଖାଶ୍ରୀ!

୨୦୧୧ ବ୍ୟାଚ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ବିଏମସି କମିଶନର, ରାୟଗଡ଼ା ପିଡ଼ି ଡ଼ିଆରଡ଼ିଏ ଓ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ସିଂହ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।