କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ହେଲେ ଗୁଳି ବାଜିବା ପରେ ପ୍ରାଣ ହରାଇଲେ ଏହି ଟାଣୁଆ ନେତା

 

ଓଡ଼ିଆ ଗସିପ ବ୍ୟୁରୋ: କିଛି ଦିନ ତଳେ ଶନି ଠାକୁରଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ରହୁଥିବା ଝାରସୁଗୁଡା ବିଧାୟକ ଆଉ ନାହାନ୍ତି । ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିମାଡରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଆଜି ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା । ଗୁଳିମାଡ ପରେ ମନ୍ତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲେ ବି ତାଙ୍କୁ ବଞ୍ଚାଯାଇ ପାରିନଥିଲା ।

ତେବେ ଆଜି ଓଡିଶା ରାଜନୀତିରେ ଏକ ବଡ କ୍ଷତି ଘଟିଛି । ପଶ୍ଚିମ ଓଡିଶା ସହ ରାଜ୍ୟ ରାଜନୀତିରରେ ଦବାଦବା ରଖିଥିବା ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ କାହିଁକି ମାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ : ଅଟୋ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ; ୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ନବ କିଶୋର ଦାସଙ୍କ ଜନ୍ମ ୧୯୬୨ ଜାନୁଆରୀ ୭ ତାରିଖରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ନୃସିଂହ ଚରଣ ଦାସ ଓ ମାଙ୍କ ନାଁ ମୀନତି ଦାସ । ପରିବାରର ତୃତୀୟ ସନ୍ତାନ ଥିଲେ ନବ ଦାସ । ସେ ନିଜ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ହିଁ ଆରମ୍ଭ କରିଥିଲେ ।

ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସମୟରେ ସେ ଅଶି ଦଶକରୁ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ରାଜନୀତି କରିଥିଲେ । ପରେ ବିଜେଡିରେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ : ଅଟୋରେ ୧୮ଜଣ ଯିବା ହେଲା କାଳ : ଓଲଟିଲା ଗାଡି; ଜଣେ ମହିଳା ଶ୍ରମିକ ମୃତ, ୧୫ ଆହତ...

ରାଜ୍ୟ ରାଜନୀତିର ଜଣେ ଶକ୍ତିଶାଳୀ ନେତା ଥିଲେ ନବ ଦାସ । ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ ନବ ଦାସ ରାଜ୍ୟର ସବୁଠାରୁ ଧନୀ ବିଧାୟକ ଭାବେ ଚର୍ଚ୍ଚାକୁ ଆସିଥିଲେ । କେବଳ ସେତିକି ନୁହେଁ ନବ ଦାସ ଦାମୀ ଗାଡି ରଖିବାର ସୌକ ମଧ୍ୟ ରଖୁଥିଲେ ।

ନବ ଦାସ ଶିକ୍ଷିତ ରାଜନେତା ଥିଲେ । ସେ ଇଂରାଜୀରେ ଏମଏ କରିବା ପରେ ଲ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । ତେବେ ନବ ଦାସଙ୍କ ଏଭଳି ଅକାଳ ବିୟୋଗରେ ଏବେ ରାଜ୍ୟ ରଜନୀତି ସ୍ତବ୍ଧ ହୋଇଯାଇଛି, ଶୋକ ବୁଡି ଯାଇଛି ପୂରା ଓଡିଶା ।