କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଓଡ଼ିଆ ଗସିପ୍ ବ୍ୟୁରୋ: କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣ ଗିରଫ। ଚନ୍ଦକା ପୋଲିସ ସହାୟତାରେ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । RWSS ର ପାଣି ପାଇପ କାମ ଚାଲିଥିବା ବେଳେ ମୂଲ୍ୟବାନ ପାଇପ ଚୋରି ନେଇ ଆସିଥିଲା ଅଭିଯୋଗ। ଏକ ୧୫ ଜଣିଆ ଗ୍ୟାଙ୍ଗ ସାରା ଓଡିଶାରୁ ଏଭଳି ପାଣି ପାଇପ ଚୋରି କରୁଥିବା ଖବର ପାଇବା ପରେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି।
ଚୋରି କରିବା ପରେ ଅଭିଯୁକ୍ତ ମନେ ଫର୍ଜି ଡକ୍ୟୁମେଣ୍ଟ ଓ ଚାଲାଣ ତିଆରି କରି ରାୟପୁର, ଭିଲାଇକୁ ଏସବୁ ସପ୍ଲାଏ କରୁଥିଲେ। ସେଠାରେ ପହଁଚିବା ପରେ ପାଇପ ଗୁଡିକୁ ତାରଳାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ଅଭିଯୁକ୍ତ। ଏହି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଅଞ୍ଚଳର ସୁଧୀର ବେହେରାକୁ କାବୁ କରିବା ପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇଥିଲା ।
ଅଧିକ ପଢନ୍ତୁ : ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ଜାଣିଲେ ସହଜ ହେବ ଚିକିତ୍ସା
ରୋଚକ କଥା ହେଉଛି ଗତ କିଛି ଦିନ ତଳେ ଚର୍ଚ୍ଚା ରେ ଥିବା ଟୁଙ୍ଗୁରୁ ଭୋଳ ଏହି କେସରେ ଅନ୍ୟତମ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ରାୟଗଡା, ଖୋର୍ଦ୍ଧା, କଟକ ଓ ଗଞ୍ଜାମ ରେ ମଧ୍ୟ ଏମାନଙ୍କ ନାଁ ରେ ଅନେକ କେସ ରହିଛି। ଅଧିକ ତଦନ୍ତ ପାଇଁ ଖୁବଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଡିସିପି ।
ଅଧିକ ପଢନ୍ତୁ : ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!