କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳେ ଜାଣନ୍ତୁ...
 

What is the result of worshiping which shivling Know details
 
 
What is the result of worshiping which shivling Know details
କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳେ ଜାଣନ୍ତୁ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ସନାତନ ଧର୍ମଧାରାରେ କାହିଁ କେଉଁ କାଳରୁ ଶିବଲିଙ୍ଗର ପୂଜା ପ୍ରଚଳିତ। ଶିବଲିଙ୍ଗ ହେଉଛି ଦେବଦେବ ମହାଦେବଙ୍କ ନିର୍ଗୁଣ ବ୍ରହ୍ମସତ୍ତାର ପ୍ରତୀକ ବା ନିରାକର ସ୍ବରୂପ। ଆମେ ମୁଖ୍ୟତଃ ଶିଳା ଶିବଲିଙ୍ଗ ପୂଜା ଦେଖିବାକୁ ପାଇଥାଉ। 

କିନ୍ତୁ ବିଶେଷ କ୍ଷେତ୍ରରେ ଫଳପ୍ରାପ୍ତି ପାଇଁ ଭକ୍ତମାନେ ତାଙ୍କୁ ଅନ୍ୟାନ୍ୟ ସ୍ବରୂପରେ ପୂଜା କରିଥାନ୍ତି। ତେବେ କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳେ, ସେ ସମ୍ପର୍କରେ ଜାଣିବା।

ଅଧିକ ପଢନ୍ତୁ :ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

  • ଫୁଲରେ ତିଆରି ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ଭୂମି ଓ ଭବନ ପ୍ରାପ୍ତି ହୁଏ।
  • ରୁପା ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ପିତୃଦୋଷରୁ ମୁକ୍ତି ମିଳେ। ଏଣୁ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଶିବଲିଙ୍ଗରେ ଅଭିେଷକ କରିବା ଶୁଭ।
  • ବିଭିନ୍ନ ପ୍ରକାର କଥାକୁ ନେଇ ଚିନ୍ତିତ ଥିଲେ, ପିତ୍ତଳ ଶିବଲିଙ୍ଗକୁ ଅଭିଷେକ କରାଇବା ଉଚିତ। ଏହା ଦ୍ବାରା ସୁଖ ପ୍ରାପ୍ତି ହୁଏ।
  • ସ୍ଫଟିକ ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ସମସ୍ତ ମନସ୍କାମନା ପୂରା ହେଉଥିବା ବିଶ୍ବାସ କରାଯାଏ।
  • ତେବେ ନୀତିନିୟମରେ ଏହି ସମସ୍ତ ଶିବଲିଙ୍ଗକୁ ପୂଜିବା ଦ୍ବାରା ମାନସିକ ପୂରଣ ହୁଏ।

ଅଧିକ ପଢନ୍ତୁ :ଶରୀର ପୀଡା, ମାନସିକ ଅଶାନ୍ତି ସହ ଏହି ରାଶି ଘାତ ଚନ୍ଦ୍ର ଯୋଗ ହେତୁ ସତର୍କ ରୁହନ୍ତୁ! ପଢନ୍ତୁ ଆଜିର ରାଶିଫଳ