ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Weekly Horoscope from 3rd march 2024 to 9 March 2024
 
 
ପଢନ୍ତୁ ଏ ସପ୍ତାହର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋକେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବି, ସୋମବାରରେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅବସାଦରେ ରହିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମଙ୍ଗଳ, ବୁଧ, ଗୁରୁବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇପାରେ।

ବୃଷ: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ପାଇବେ। ପରିସ୍ଥିତି ସହ ଖାପଖୁଆଇ ଚଳିବେ। ମଙ୍ଗଳ, ବୁଧ, ଗୁରୁବାରରେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖାଦେବ । ବ୍ୟବସାୟ ପ୍ରସାରିତ ହୋଇପାରେ। ଶୁକ୍ର,ଶନିବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ ।

ମିଥୁନ: ରବି, ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି ପାଇଁ ସଫଳତା ପାଇବେ। ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।

ଆଧିକ ପଢନ୍ତୁ : ମଙ୍ଗଳ ଓ ଶୁକ୍ରଙ୍କ ହେବ ମହାସଂଯୋଗ, ଖୁବ ଶୀଘ୍ର ମାଲାମାଲ ହେବେ ଏହି ୩ ରାଶି !

କର୍କଟ: ରବି, ସୋମବାରରେ ସାମାଜିକ ସମାବେଶରେ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ମଙ୍ଗଳ, ବୁଧ, ଗୁରୁବାରରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି।

ସିଂହ: ରବି,ସୋମବାରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଦୀର୍ଘ ଦିନର ଯୋଜନାରେ ସଫଳତା ପାଇବେ। ମଙ୍ଗଳ, ବୁଧ,ଗୁରୁବାରରେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଅର୍ଥହାନିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ସମାଜରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ରବି,ସୋମବାରରେ ପାରିବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ମଙ୍ଗଳ, ବୁଧ,ଗୁରୁବାରରେ ନୂତନ ନିବେଶ କରି ଲାଭାନ୍ବିତ ହେବେ। ବ୍ୟବସାୟ ସମ୍ବନ୍ଧରେ ଦୂରଯାତ୍ରା କରିବେ। ଶୁକ୍ର,ଶନିବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରୀ ହେବେ।

ତୁଳା: ରବି,ସୋମବାରରେ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିପାରେ। ମଙ୍ଗଳ, ବୁଧ,ଗୁରୁବାରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ର,ଶନିବାରରେ ଅଭାବ ଓ ଅସୁବିଧା ଦେଖାଦେଇପାରେ।

ଆଧିକ ପଢନ୍ତୁ :ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୁବ୍ ଶୀଘ୍ର ମେଷ ସହ ଧନୀ ହେବାକୁ ଯାଉଛନ୍ତି ଏହି ୪ ରାଶିର ବ୍ୟକ୍ତି!

ବିଛା: ରବି, ସୋମବାରରେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇପାରେ। ଅର୍ଥହାନି ଯୋଗ ରହିଛି। ଶୁକ୍ର, ଶନିବାରରେ ମନୋରଞ୍ଜନ କାର୍ଯ୍ୟରେ ମଜ୍ଜି ରହିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ।

ଧନୁ: ରବି,ସୋମବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି । ପରିବାର ସହ ଦୂରଯାତ୍ରା ଯୋଗ ରହିଛି। ମଙ୍ଗଳ, ବୁଧ,ଗୁରୁବାରରେ ଅବହେଳାର ଶିକାର ହେବେ । ଅତ୍ୟଧିକ କାର୍ୟ୍ୟ କରି ଅସୁସ୍ଥ ମନେ କରିବେ। ଶୁକ୍ର,ଶନିବାରରେ ବନ୍ଧୁଙ୍କଠାରୁ ଆର୍ଥିକ ସହଯୋଗ ପାଇବେ।

ମକର: ରବି, ସୋମବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ। ମଙ୍ଗଳ, ବୁଧ, ଗୁରୁବାରରେ ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ। ଶୁକ୍ର,ଶନିବାରରେ ଅର୍ଥ ଆଗମନର ସୂଚନା ପାଇବେ। ନୂତନ ନିବେଶ ପାଇଁ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ।

କୁମ୍ଭ: ରବି,ସୋମବାରରେ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ମହିଳାମାନେ କାର୍ୟ୍ୟକ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଶୁକ୍ର,ଶନିବାରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇଁ ସଠିକ୍‌ ମାର୍ଗ ଅନୁସରଣ କରିବେ।

ମୀନ : ରବି,ସୋମବାରରେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅବସାଦରେ ରହିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମଙ୍ଗଳ, ବୁଧ, ଗୁରୁବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶୁକ୍ର,ଶନିବାରରେ ଆର୍ଥିକ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇପାରେ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ