ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Weekly Horoscope from 14th April 2024 To 20th April 2024
 
 
ପଢନ୍ତୁ ଏ ସପ୍ତାହର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବିବାରରେ ପୁରୁଣା ସମସ୍ୟାର ସମାଧାନ ହେବ। ସୋମ, ମଙ୍ଗଳବାରରେ ମହିଳାମାନେ ଆଦର ସମ୍ମାନ ପାଇବେ। ବୁଧ, ଗୁରୁବାରରେ ଉପସ୍ଥିତବୁଦ୍ଧି ପ୍ରୟୋଗ କରି କାମ ହାସଲ କରି ପାରିବେ। ଶୁକ୍ର, ଶନିବାରରେ ରାଜନେତାମାନେ ସଫଳତା ପାଇବେ।

ବୃଷ: ରବିବାରରେ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ ସୋମ, ମଙ୍ଗଳବାରରେ ଅଳ୍ପ ପରିଶ୍ରମ କରି ଅଧିକ ଫଳ ପାଇବାର ଆଶା ରଖିବେ ବୁଧ, ଗୁରୁବାରରେ ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ଥିରୀକୃତ ହେବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କରନ୍ତୁ।

ମିଥୁନ: ରବିବାରରେ ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ। ସୋମ, ମଙ୍ଗଳବାରରେ ବେରୋଜଗାରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବୁଧ, ଗୁରୁବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ।

କର୍କଟ: ରବିବାରରେ ପୈତୃକ ସଂପତ୍ତିକୁ ନେଇ ବିବାଦ ଦେଖାଦେବ। ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରର ସ୍ଥାନ ପରିବର୍ତ୍ତନର ଯୋଗ ଅଛି। ବୁଧ, ଗୁରୁବାରରେ ବ୍ୟବସାୟରେ ଉତ୍ତମ ଜ୍ଞାନକୌଶଳ ପ୍ରୟୋଗ କରିବେ। ଶୁକ୍ର, ଶନିବାରରେ ଉପରିସ୍ଥ କର୍ମଚାରୀଙ୍କ ସହିତ ବଚସା ହୋଇପାରେ।

ଆଧିକ ପଢନ୍ତୁ : ମୀନ ରାଶିରେ ବୁଧ ଗୋଚର, ୫୦ ବର୍ଷ ପରେ ତ୍ରିଗ୍ରାହି ଯୋଗ, ୩ ରାଶିଙ୍କ ପାଇଁ ଆଣିବ ଧନ ଏବଂ ସମୃଦ୍ଧି!

ସିଂହ: ରବିବାରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ସୋମ, ମଙ୍ଗଳବାରରେ ପାରିବାରିକ ଜୀବନ ସୁଖପ୍ରଦ ହେବ। ‌ ଗୁରୁଜନଙ୍କୁ ନେଇ ଚିନ୍ତିତ ରହିବେ ‌। ବୁଧ, ଗୁରୁବାରରେ ଆକସ୍ମିକ ଭାବରେ ବ୍ୟୟଭାର ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚସମ୍ମାନ ପାଇପାରନ୍ତି।

କନ୍ୟା: ରବିବାରରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ। ସୋମ, ମଙ୍ଗଳବାରରେ ଅକସ୍ମାତ୍‌ ଦୂରଯାତ୍ରା କରିପାରନ୍ତି। ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ।

ତୁଳା: ରବିବାରରେ ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କେତେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ସୋମ ମଙ୍ଗଳବାରରେ କାର୍ଯ୍ୟରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବୁଧ, ଗୁରୁବାରରେ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଶୁକ୍ର, ଶନିବାରରେ ପାରିବାରିକ ସୁଖଶାନ୍ତି ନଷ୍ଟ ହୋଇପାରେ।

ବିଛା: ରବିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ସୋମ, ମଙ୍ଗଳବାରରେ ନୂଆ କାମ କରି ଉତ୍ସାହିତ ରହିବେ। ବୁଧ, ଗୁରୁବାରରେ ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ପାରିବାରିକ ନିବିଡ଼ତା ମଧ୍ୟ ବୃଦ୍ଧି ପାଇବ। ମହିଳାମାନେ ସ୍ବାଧୀନମନା ହେବେ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

ଧନୁ: ରବିବାରରେ ଜମିଜମା ମାମଲାକୁ ନେଇ ଶତ୍ରୁ ଉପୁଜିବେ। ସୋମ,ମଙ୍ଗଳବାରରେ ମାନସିକ ଅବସାଦର ଶିକାର ହୋଇପାରନ୍ତି। ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଶୁକ୍ର, ଶନିବାରରେ ସରକାରୀ ସହାୟତା ପାଇ ଦୀର୍ଘଦିନ ଧରି ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ।

ମକର: ରବିବାରରେ ବିଳାସବ୍ୟସନରେ ସମୟ କାଟିବେ। ସୋମ, ମଙ୍ଗଳବାରରେ ବ୍ୟବସାୟରେ ମଧ୍ୟମ ଧରଣର ଲାଭ ପାଇବେ। ସ୍ବାସ୍ଥ୍ୟ ଉତ୍ତମ ରହିବ। ବୁଧ, ଗୁରୁବାରରେ ଆର୍ଥିକ ଚିନ୍ତାକରି କଷ୍ଟ ପାଇପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ରବିବାରରେ ପୁରୁଣା ସମସ୍ୟା ସମାଧାନ ହେବ। ସୋମ, ମଙ୍ଗଳବାରରେ ମହିଳାମାନେ ଆଦର ସମ୍ମାନ ପାଇବେ। ବୁଧ, ଗୁରୁବାରରେ ଉପସ୍ଥିତବୁଦ୍ଧି ପ୍ରୟୋଗ କରି କାମ ହାସଲ କରି ପାରିବେ। ଶୁକ୍ର, ଶନିବାରରେ ରାଜନେତାମାନେ ସଫଳତା ପାଇବେ।

ମୀନ: ରବିବାରରେ ଆଶାଆକାଂକ୍ଷା ପୂରଣ ହେବ । ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଉପୁଜିପାରେ। ବୁଧ, ଗୁରୁବାରରେ ପରିବାରଜନଙ୍କ ସହଯୋଗ ପାଇବେ। ଶୁକ୍ର, ଶନିବାର ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ। ବ୍ୟବସାୟ ତଥା ପରିବହନରେ ଦୂରଯାତ୍ରା କରିପାରନ୍ତି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା