ଆପଣଙ୍କ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି କି ? ତେବେ କୁହନ୍ତୁ ଏହି ୫ଟି ମିଛ କଥା...

 

ଓଡ଼ିଆ ଗସିପ ବ୍ୟୁରୋ: ସମ୍ପର୍କରେ ସନ୍ଦେହ ବଢିଲେ ଫାଟକ ସୃଷ୍ଟି ହୋଇଥାଏ । ଆପେ ଆପେ ବିଶ୍ବାସ ଭାଙ୍ଗିଯାଇଥାଏ । ଅନେକ ଅଛନ୍ତି ଯେଉଁମାନେ ନିଜ ପାର୍ଟନରଙ୍କୁ ମିଛ କହିଥାନ୍ତି । ଯାହାଫଳରେ ସେମାନେ ସନ୍ଦେହ କରିବା ଆରମ୍ଭ କରିଥାନ୍ତି । ଆଉ ଏଥିପାଇଁ ଧୀରେ ଧୀରେ ସମ୍ପର୍କ ଭାଙ୍ଗିବାକୁ ଲାଗେ ।

କିନ୍ତୁ ଏମିତି ମିଛ କହିବା ବି ବେଳେ ବେଳେ ସମ୍ପର୍କକୁ ବାନ୍ଧି ରଖିଥାଏ । ଏମିତି ଅନେକ ଥର ଦେଖାଯାଇଛି ଯେ ଅତ୍ୟଧିକ ସତ କହି ସମ୍ପର୍କକୁ ଭାଙ୍ଗିବା ଅପେକ୍ଷା ମିଛ କହି ସମ୍ପର୍କକୁ ବାନ୍ଧି ରଖିବା ଭଲ । ଯଦି କୌଣସି ସମ୍ପର୍କକୁ ନଷ୍ଟ ନକରିବା ପାଇଁ ମିଛ କହୁଛନ୍ତି ତେବେ ଏଥିରେ କିଛି ଭୁଲ ନାହିଁ ।

କିନ୍ତୁ ମନେରଖନ୍ତୁ ଯେ ଆପଣଙ୍କ ଭୁଲ ଗୁଡିକୁ ଲୁଚେଇବା ପାଇଁ ସବୁବେଳେ ମିଛ କହିବା ଉଚିତ୍ ନୁହେଁ । ତେବେ ଜୀବନରେ କିଛି କିଛି ମିଛ କହିବା ମଧ୍ୟ ଭଲ । ଏମିତି ବେଳେ ବେଳେ ମିଛ ଆପଣଙ୍କ ପାର୍ଟନରଙ୍କୁ ଆଘାତରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ପାର୍ଟନରଙ୍କୁ ମିଛ କହିବା ଉଚିତ୍...

ଅଧିକ ପଢ଼ନ୍ତୁ : ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଫେରାର ପ୍ରେମିକ, ପୁରା କାହାଣୀ ଆପଣଙ୍କୁ ଚକିତ କରିବ

ଉପହାରକୁ ସର୍ବଦା ପ୍ରଶଂସା କରନ୍ତୁ:

ଯଦି ଆଫଣଙ୍କ ସାଥୀ ଆପଣଙ୍କୁ କିଛି ଉପହାର ଦେଇଛନ୍ତି ତେବେ ସେହି ଉପହାରର ପ୍ରଶଂସା କରନ୍ତୁ । ଯଦି ବି ସତରେ ସେହି ଉପହାର ତୁମକୁ ପସନ୍ଦ ଆସିନି ତଥାପି ତାଙ୍କ ସାମ୍ନାରେ ସେହି ଉପହାରର ପ୍ରଶଂସା କରନ୍ତୁ । ଯାହାଦ୍ବାରା ତାଙ୍କ ଭାବନାକୁ ଭଲ ଅନୁଭବ ହେବ ।

ମନୋବଳ ବୃଦ୍ଧି କରନ୍ତୁ:

ବେଳେ ବେଳେ ପାର୍ଟନରର ମନୋବଳ ବଢାଇବା ମଧ୍ୟ ଜରୁରୀ ଅଟେ । ପାର୍ଟନରଙ୍କ କାମକୁ ପ୍ରଶଂସା କରିବା ଉଚିତ୍ । ଯାହାଦ୍ବାରା ତାଙ୍କର ମନୋବଳ ବଢିଥାଏ । ଘରର ଦାୟିତ୍ବ ହେଉ କି ଅଫିସ୍ ସବୁବେଳେ ଅତ୍ୟାଧିକ କାର୍ଯ୍ୟ ହେତୁ ଜୀବନରେ ଥକ୍କାପଣ ଅନୁଭବ କରିଥାନ୍ତି । ତେଣୁ ଏପରି ପରିସ୍ଥିତିରେ ଯଦି ଟିକିଏ ମିଛ ପ୍ରଶଂସା ବି ପାର୍ଟନରଙ୍କ ମନୋବଳ ବଢାଇଥାଏ ।

ଖାଦ୍ୟର ପ୍ରଶଂସା କରନ୍ତୁ:

ଯଦି ତୁମର ପାର୍ଟନର ଆପଣଙ୍କ ପାଇଁ କିଛି ଖାଦ୍ୟ ପ୍ରସ୍ତୁତ କରିଛନ୍ତି ତେବେ ସେହି ଖାଦ୍ୟର ପ୍ରଶଂସା କରନ୍ତୁ । ଖାଦ୍ୟ ଖରାପ ହୋଇଥାଉ କି ବଲ ଏଥିରେ ମିଛ ପ୍ରଶଂସା କରିବା ଦ୍ବାରା ପାର୍ଟନରଙ୍କ ବଲପାଇବା ବଢିଥାଏ । ଯଦି ତୁମେ ଖାଦ୍ୟରେ କିଛି ଅଭାବ ବୋଲି ବାହାର କର ତେବେ ଏହା ସମ୍ପର୍କରେ ତିକ୍ତତା ଆଣିଥାଏ ।

ଅଧିକ ପଢ଼ନ୍ତୁ : ଏହି ରାଶିର ଲୋକଙ୍କଠୁ ରୁହନ୍ତୁ ସାବଧାନ; ନଚେତ ଆଜି ଖରାପରେ କଟିବ ଦିନ

ଲୁକ୍‌କୁ ପ୍ରଶଂସା କରନ୍ତୁ:

ଯଦି ତୁମ ପାର୍ଟନର ଏକ ନୂଆ ଲୁକ ନେଇଛନ୍ତି ତେବେ ତୁମେ ଏହାର ପ୍ରଶଂସା କର । ଏହି ଲୁକ ଆପଣଙ୍କୁ ଭଲ ଦେଖାଯାଉ କି ନ ଦେଖାଯାଉ ମିଛ ପ୍ରଶଂସା କରିବା ଦ୍ବାରା ପାର୍ଟନରର ଭଲପାଇବା ବଢିଥାଏ ।

କୁହନ୍ତୁ ମୁଁ ତୁମକୁ ମନେ ପକାଉଛି:

ଆପଣ ଆପଣଙ୍କ ସାଥୀଙ୍କୁ ସବୁବେଳେ ମନେ ପକେଇବା ସମ୍ଭବ ନୁହେଁ । କିନ୍ତୁ ଯଦି ଏହି କଥା ଆପଣ ମିଛରେ ବି କହିବେ ତେବେ ଆପଣଙ୍କ ପାର୍ଟନର ଖୁସି ହୋଇଯିବେ । ଅନେକ ଥର ଦେଖାଯାଇଛି ଯେ ଝଗଡା ପରେ ଯଦି ଏହି ଉକ୍ତି ପାର୍ଟନରଙ୍କୁ କୁହାଯାଏ ତେବେ ସବୁ ସମସ୍ୟାର ସମାଧାନ ହୋଇଯାଏ ।