ଶକ୍ତିପୀଠରେ ଆଜି ଦଶହରା ପୁଜା ବେଳେ ମଣ୍ଡପରେ ମାଆଙ୍କର ମହା ନବମୀ ପୂଜା
 

Know importance of Maha Navami
 
ମଣ୍ଡପରେ ମାଆଙ୍କର ମହା ନବମୀ ପୂଜା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

କଟକ , ଭୁବନେଶ୍ବରରେ ଦୁର୍ଗାପୂଜା ଲାଗି  ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ରାତି ୧୨ଟା ଯାଏ ଲୋକ ବୁଲି ମେଢ ଦେଖୁଛନ୍ତି । ଲୋକଙ୍କ ମନୋରଞ୍ଜନ ଲାଗି  ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।  

ଅଧିକ ପଢ଼ନ୍ତୁ: ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

ପୂଜା ପାଇଁ ଭିଡ ବଢୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ। ଅଧର୍ମ ଉପରେ ଧର୍ମର ବିଜୟ। ଦଶହରା ଦିନ ରାବଣପୋଡିର ପରମ୍ପରା ରହିଛି । ବିଜୟା ଦଶମୀ ପରେ ଧରାପୃଷ୍ଠରୁ ମେଲାଣି ନେବେ ଦୁର୍ଗତିନାଶିନୀ ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!