ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଆଜିର ରାଶିଫଳ 

Horoscope for Wednesday 17th April 2024
 
 
Horoscope for Wednesday 17th April 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ଚିନ୍ତାରେ ରହିବେ ଏବଂ ପେଟ ଜନିତ ସମସ୍ୟା ଦେଖା ଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ଦେଖାଦେବ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହ ବୁଲିବାକୁ ଯିବେ।

ଆଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍‌ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ

ମିଥୁନ: କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପରିବାର ପାଇଁ ସମୟ ବାହାର କରିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବ। ନିବେଶରୁ ଲାଭ ପାଇବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି।

କର୍କଟ: ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ଅଛି। ମନ ପ୍ରସନ୍ନ ରହିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।

ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।

କନ୍ୟା: ଦୀର୍ଘଦିନରୁ ଚାଲଥିବା ପାରିବାରିକ ମତଭେଦ ଦୂର ହେବ। କର୍ମ ଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଜୀବନସାଥୀଙ୍କଠାରୁ ଉପହାର ପାଇବେ।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଚକ୍ଷୁ ସମସ୍ୟା ଦେଖା ଦେବ।

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ।

ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଭଗବାନ ଶିବଙ୍କୁ ପୂଜା କରିବେ। ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭରୁ ଦୂରେଇ ରହିବେ। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

ମୀନ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସମସ୍ତ ଇଚ୍ଛା ପୂରଣ ହେବ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!