ଏହି ରାଶିରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ହେବ ଅକସ୍ମାତ ଧନ ଲାଭ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Tueday 21 November 2023
 
 
Horoscope for Tueday 21 November 2023
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ଆଜି କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...,

ମେଷ: ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ । ଦେହ ଓ ମନ ସୁସ୍ଥ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ । ବ୍ୟବସାୟରେ ଅଗ୍ରଗତି ହେବ।  

ବୃଷ: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖ ଶାନ୍ତି ଲାଭ କରିବେ ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ମିଥୁନ: ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

କର୍କଟ: ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ଦାୟିତ୍ୱର ସହ କର୍ମ  ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଅଧିକ ପୁଞ୍ଜି ନବେଶ ଆପଣଙ୍କୁ ଫାଇଦା ଦେବ ।

ସିଂହ: ମାନସିକ ଶାନ୍ତି ବଜାୟ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ  ହେବ ।

ଅଧିକ ପଢନ୍ତୁ : ଜୀବନସାଥୀ ଜୀବିତ ଥିଲେ ମଧ୍ୟ ମୃତ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ମିଳିପାରିବ କି ଅନୁକମ୍ପାମୂଳକ ନିଯୁକ୍ତି, ଜାଣନ୍ତୁ... 

କନ୍ୟା: ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ । ପୂଜା ସେବା ପାଇଁ ମନ ବଳିବ । କର୍ମକ୍ଷେତ୍ର ସହଜ ସରଳ ହେବ । ଆୟ ବ୍ୟୟ ସମାନ ରହିବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ । 

ତୁଳା: ମନ ଭଲ ରହିଲେ ମଧ୍ୟ ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ । କର୍ମକ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ  । ଦୂରଯାତ୍ରା ବିପଜ୍ଜନକ ହୋଇପାରେ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ ।

ବିଛା: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

ଧନୁ: ଅସୁସ୍ଥ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା କମ୍ ମିଳିବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଦୂରଯାତ୍ରା କରନ୍ତୁ ନାହିଁ । କ୍ରୀଡାବିତ୍ ସତର୍କତା ଅବଲମ୍ୱନ କରନ୍ତୁ ।

ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD

ମକର: ଶରୀର ଆରୋଗ୍ୟ ରହିବ । ଦୃଢ ମନ ନେଇ କାର୍ଯ୍ୟ କରିବେ । ଆୟ ଓ ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି  ହେବ ।

କୁମ୍ଭ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ଯୋଗ ରହିଛି। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।  

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାହାରିକୁ ଧାର କରଜ ଦିଅନ୍ତୁ ନାହିଁ । ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ହେବ ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ