ମାନସିକ ଆଳସ୍ୟ ଅନୁଭବ କରିବା ସହ ଶାରୀରିକ ଅସୁସ୍ଥତା ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 17 February 2024
 
 
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ.... 

ମେଷ ରାଶି: ଏହି ରାଶିର ଲୋକମାନେ ସରକାରୀ କାର୍ଯ୍ୟ ହେତୁ ବିମାନରେ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି। ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ। ଦେହ ଓ ମନ ସୁସ୍ଥ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ। ବ୍ୟବସାୟରେ ଅଗ୍ରଗତି ହେବ। 

ବୃଷ ରାଶି: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖ ଶାନ୍ତି ଲାଭ କରିବେ ।

ମିଥୁନ ରାଶି:ଏହି ରାଶିର ଲୋକଙ୍କୁ ଆଜି ଏକାଧିକ କାର୍ଯ୍ୟ କରିବାକୁ ପଡିପାରେ।ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

କର୍କଟ ରାଶି: ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ବଢିବ । ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କଟିବ ।

ସିଂହ ରାଶି: ସ୍ୱାସ୍ଥ୍ୟ ଭଲ ରହିବ । ଦୂରଯାତ୍ରା ଶୁଭପ୍ରଦ ହେବ । ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ । ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ ।

ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ  

କନ୍ୟା ରାଶି: ସମସ୍ତ କାର୍ଯ୍ୟରେ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତାଙ୍କ କ୍ଷେତ୍ରରେ ସମ୍ବେଦନଶୀଳ ହେବେ। ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ନଚେତ୍ କ୍ଷତି ହୋଇପାରେ ।

ତୁଳା ରାଶି: ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ । ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ । ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ।

ବିଛା ରାଶି: ସ୍ୱାସ୍ଥ୍ୟ ସମସ୍ୟା ସହ ମାନସିକ ଅବସାଦ ଦେଖାଦେବ । କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦୂରଯାତ୍ରା ନେଇ ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ଧନୁ ରାଶି: ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃସମ୍ବାଦ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟାମାନ ଲାଗି ରହିବ। ଆଜି ଦୂରଯାତ୍ରା ନକରିବା ଭଲ ।

ମକର ରାଶି: ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କରିବା ଦ୍ବାରା ସଫଳତା ଲାଭ କରିବେ । ଗୃହସ୍ଥ ଜୀବନ ସୁଖମୟ ହେବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ଦୂରଯାତ୍ରା ନେଇ ଯୋଗ ରହିଛି।

କୁମ୍ଭ ରାଶି: ଦେହ ଓ ମନ ଭଲ ରହିବ। ଦିନଟିର ଉତ୍ସାହ ସହ କଟିବ। ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ । ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ସମ୍ପର୍କ ମଧୁର ହେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। 

ମୀନ ରାଶି: ଆଳସ୍ୟ ଓ ଥକ୍କା ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ବ୍ୟାପରରେ ସମସ୍ୟା ଆସିପାରେ। ଦୂରଯାତ୍ରାକୁ ସ୍ଥଗିତ ରଖନ୍ତୁ।

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!