ଆପଣଙ୍କ ଉପରେ ରହିଛି କି ଶନିଙ୍କ କୋପ ଦୃଷ୍ଟି? ଶନିଦଶାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ!

 

ଓଡ଼ିଆ ଗସିପ ବ୍ୟୁରୋ: ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରତିକାର ଗୁଡିକ ବିଷୟରେ...

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଏକ ନିଷ୍ଠୁର ଗ୍ରହ ବୋଲି କୁହାଯାଏ । ଶନିଦେବ ଲୋକଙ୍କୁ ସେମାନଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି । ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ ।

ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ । ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ ।

ଅଧିକ ପଢ଼ନ୍ତୁ: ସାପ କାମୁଡ଼ାରେ ବାପା ଓ ଝିଅଙ୍କ ମୁତ୍ଯୁ, ଝିଅର ଅନ୍ତିମ ସଂସ୍କାର କରି ଫେରିବା ବେଳକୁ ଚାଲିଗଲେ ବାପା

ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, ସନ୍ତୁଷ୍ଟ ହେବେ ଶନିଦେବ :

- ଶନିବାର ଦିନ ଶନି ଦେବଙ୍କ କୃପା ଲାଭ କରିବା ଲାଗି ଉପବାସ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କ ମୂର୍ତ୍ତିକୁ ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଏହି ଦିନ ଶନି ଦେବଙ୍କୁ କଳା ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଦୁଖଃ କଷ୍ଟ ଦୂର ହୋଇଥାଏ ।

- ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ । କ୍ରମାଗତ ଭାବରେ ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହୋଇଥାଏ ।  ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।

- ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭକ୍ତିର ସହ ଶନି ଦେବଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ । ଏହି ଉପାୟ କରିବା ଦ୍ବାରା ଶନି ପୀଡ଼ା ଦୂର ହୋଇଥାଏ । ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିଅ ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଅମାନୁଷିକ କାଣ୍ଡ: ୬୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କଲେ ୪ ପାପି

- ଯଦି ଆପଣଙ୍କ ରାଶିରେ ଶନି ସାଢେ ସତୀ ଅଛି କିମ୍ବା ଆପଣଙ୍କ ଉପରେ ଶନିଙ୍କ କୋପ ରହିଛି । ତେବେ, ଆପଣ ଶନିବାର ଦିନ ଶନିଙ୍କୁ ପୂଜା କରିବା ପରେ ହନୁମାନ ଚାଳିସା ପାଠ କରନ୍ତୁ । ହନୁମାନ ଚାଳିସା ପାଠ କରିବା ଦ୍ବାରା ଶନିଙ୍କ କୋପରୁ ରକ୍ଷା ମିଳିଥାଏ । କାହିଁକିନା ଶନିଙ୍କ ହନୁମାନଙ୍କୁ ଭୟ କରନ୍ତି । ପୌରାଣିକ କଥା ଏଭଳି ରହିଛି ଯେ, ହନୁମାନ ପିଲାଦିନେ ଥରେ ଶନି ଦେବଙ୍କ ଅହଙ୍କାର ଭାଙ୍ଗିଥିଲେ, ସେବେଠାରୁ ବିଶ୍ୱାସ କରାଯାଏ ଯେ ଶନି ହନୁମାନଙ୍କୁ ଭୟ କରନ୍ତି । ବିଶ୍ୱାସ କରାଯାଏ ଯେ ଶନି ଦେବ କୌଣସି ହନୁମାନ ଭକ୍ତଙ୍କୁ କଦାପି କ୍ଷତି କରନ୍ତି ନାହିଁ । ଯିଏ ହନୁମାନଙ୍କୁ ପୂଜା କରେ, ଶନିଙ୍କ କୃପା ତାଙ୍କ ଉପରେ ରହିଥାଏ ।

- ଶନିଙ୍କ ମନ୍ଦ ପ୍ରଭାବରୁ ରକ୍ଷା ପାଇବା ପାଇଁ ଛାୟା ଦାନକୁ ଶୁଭ ବୋଲି ବିବେଚନା କରାଯାଏ । ଏକ ପିତ୍ତଳ ପାତ୍ରରେ ସୋରିଷ ତେଲ ଓ ମୁଦ୍ରା ରଖି ଏଥିରେ ନିଜର ଛାୟିକୁ ଦେଖନ୍ତୁ । ପରେ ଏହି ତେଲକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଅତି କମରେ ପାଞ୍ଚଟି ଶନିବାର ଏହି ପ୍ରତିକାର କରିବା ଦ୍ବାରା ଶନି ପୀଡ଼ା କମ୍ ହେବା ସହ ଶନି ଦେବଙ୍କ କୃପା ଲାଭ ହୋଇଥାଏ ।