ଶିବଲିଙ୍ଗ ଉପରେ କିପରି ଚଢେଇବେ ୩ ପାଖୁଡା ବେଲପତ୍ର

ଶିବ ଶଙ୍କରଙ୍କ ପୂଜା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ବେଲପତ୍ର
 

ଶିବଲିଙ୍ଗ ଉପରେ କିପରି ଚଢେଇବେ ୩ ପାଖୁଡା ବେଲପତ୍ର

ଓଡ଼ିଆ ଗସିପ୍ ବ୍ୟୁରୋ:  ପ୍ରିୟ ପାଠକ ବୃନ୍ଦ ଆପଣ ଜାଣନ୍ତି ଶିବ ଶଙ୍କରଙ୍କ ପୂଜା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ବେଲପତ୍ର । ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ତାଙ୍କ ମୁଣ୍ଡ ଥଣ୍ଡା ହୋଇଥାଏ ।

ଅଧିକ ପଢ଼ନ୍ତୁ: ଶାଶୂକୁ ନିର୍ଯାତନା: ଗୋଡ଼ରେ ବେଡି ପକାଇବା ସହ ଝାଡୁରେ ମାଡ଼ ମାରୁଥିବା ଭିଡିଓ ଭାଇରାଲ

ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ ତାଙ୍କୁ ୧ କୋଟି କନ୍ୟାଦାନର ସମାନ ପୁଣ୍ୟ ପ୍ରାପ୍ତ ହେବ । ତେବେ ଆସନ୍ତୁ ବେଲପତ୍ର ଅର୍ପଣର ନିୟମ, ବେଲପତ୍ର ଛିଣ୍ଡେଇବା ନିୟମ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା ।

ଶିବଲିଙ୍ଗରେ ବେଲପତ୍ର ଚଢେଇବାର ଧାର୍ମିକ ଭାବନା:

ବିଶ୍ୱାର ରହିଛି ଯେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୁଏ ଏବଂ ଧନ ବୃଦ୍ଧି ହୁଏ । ଯେଉଁ ମହିଳାମାନେ ଶିବ ପୂଜା ସମୟରେ ବେଲପତ୍ର ପ୍ରଦାନ କରନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି । ବେଲପତ୍ର ଉପରେ ଚନ୍ଦନରେ ରାମ କିମ୍ବା ଓମ୍ ନମଃ ଶିବାୟ ଲେଖି ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ । ଭଗବାନ ଭୋଲେନାଥଙ୍କୁ ବେଲପତ୍ର ଅର୍ପଣ କଲେ ସଙ୍କଟ ଦୂର ହୁଏ ଏବଂ ସ୍ୱାସ୍ଥ୍ୟ ଭଲ ରହେ । ଯେଉଁମାନଙ୍କ ଘରେ ବେଲ ଗଛ ଥାଏ ସେମାନେ ପାପରୁ ମୁକ୍ତ ହୁଅନ୍ତି, ଏହି ଗଛ ମୂଳରେ ପୂଜାପଠ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

ଅଧିକ ପଢ଼ନ୍ତୁ: ଯୋଡ଼ା ଶ୍ରାବଣରେ କେମିତି କରିବେ ମହାଦେବଙ୍କ ଆରଧାନା ? ଜାଣନ୍ତୁ କଣ ରହିଛି ବିଧି

ବେଲପତ୍ର ଅର୍ପଣର ନିୟମ:

ଭଗବାନ ଶିବଙ୍କୁ ସର୍ବଦା କେବଳ ତିନି-ପତ୍ର ବିଶିଷ୍ଟ ବେଲପତ୍ର ଅର୍ପଣ କରନ୍ତୁ । କଟା-ଫଟା, ଦାଗ ଥିବା ବା ଶୁଖିଲା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ ନାହିଁ । ବେଲପତ୍ରକୁ ବିଶୁଦ୍ଧ ପାଣିରେ ଧୋଇବା ପରେ ଏହାକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ପତ୍ରର ଚିକ୍କଣିଆ ଭାଗକୁ ତଳମୁହାଁ କରି ଓ ଖଦଡ ଭାଗକୁ ଉପରମୁହାଁ କରି ରଖନ୍ତୁ । ପୂଜା ସମୟରେ ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତେବେ ପୂର୍ବରୁ ଚଢାଯାଇଥିବା ବେଲପତ୍ରକୁ ଆଣି ବିଶୁଦ୍ଧ ପାଣିରେ ଧୋଇ ପୁନର୍ବାର ଶିବଙ୍କୁ ଅର୍ପଣ କରିପାରିବେ। ବେଲପତ୍ର କେବେବି ବାସି ହୋଇ ନଥାଏ । ଭଗବାନ ଶିବଙ୍କୁ ଅତି କମରେ ଗୋଟୋଏ ବେଲପତ୍ର ଦିଆଯାଇପାରେ । ଏହାଛଡା ୧୧,୨୧ ସଂଖ୍ୟା ଅନୁସାରେ ବେଲପତ୍ର ମଧ୍ୟ ପ୍ରଦାନ କରାଯାଏ ।

ବେଲପତ୍ର ଛିଣ୍ଡେଇବାର ନିୟମ:

ବେଲପତ୍ର ଛୁଣ୍ଡେଇବା ପୂର୍ବରୁ ଭଗବାନ ଶିବଙ୍କୁ ସ୍ମରଣ କର । ଏହାକୁ ଛିଣ୍ଡେଇବା ପରେ ଗଛକୁ ନମସ୍କାର କର । ବେଲପତ୍ରର ପୁରା ଶାଖା ଭାଙ୍ଗିବା ଉଚିତ ନୁହେଁ । ଚତୁର୍ଥୀ, ଅଷ୍ଟମୀ, ନବମୀ ତିଥି, ପ୍ରଦୋଷ ବ୍ରତ, ଶିବରାତ୍ରୀ, ଅମାବାସ୍ୟା ଏବଂ ସୋମବାରରେ ବେଲପତ୍ର ଛିଣ୍ଡେଇବା ଉଚିତ ନୁହେଁ । ଯେତେବେଳେ ଗୋଟିଏ ତିଥି ଶେଷହୁଏ ଏବଂ ଅନ୍ୟ ଏକ ତିଥି ଆରମ୍ଭ ହୁଏ, ସେତେବେଳେ ମଧ୍ୟ ବେଲପତ୍ର ଛିଣ୍ଡେଇବା ଉଚିତ ନୁହେଁ

ଅଧିକ ପଢ଼ନ୍ତୁ: ଚୌକି ପାଇଁ 'ସମାଜ'ରେ ବିଷର ବୀଜ, ସଭାପତି, ସମ୍ପାଦକ ଦୌଡ଼ରେ କିଏ?