ଗର୍ଲଫ୍ରେଣ୍ଡ ମାଗିଲା ୧୦ ଲକ୍ଷ, ବୟଫ୍ରେଣ୍ଡ ନ ଦେବାରୁ ପ୍ରେମିକା ଭାଇରାଲ କରିଦେଲା ଅଶ୍ଳୀଳ ଫଟୋ

 

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହେଲା ଯୁବକଙ୍କ ଅଶ୍ଳୀଳ ଫଟୋ । ପ୍ରେମିକର ନଗ୍ନ ଫଟୋ ଭାଇରାଲ କରିଦେଲା 420 ପ୍ରେମିକା । ଖାଲି ସେତିକି ନୁହେଁ, ପ୍ରେମ ଆଳରେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିଲା ପ୍ରେମିକା । ସମ୍ପର୍କ ରଖିବା ପରେ ଯୁବକଙ୍କ କିଛି ଅଶ୍ଳୀଳ ଫଟୋ ଉଠାଇ କଲା ବ୍ଲାକ୍‌ମେଲ୍‌ ।

ଏତିକି ମନ ବୁଝିଲାନି ଯେ ଯୁବକଙ୍କୁ ବାରମ୍ବାର ଫୋନ୍‌ କରିବା ସହ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲା ଗର୍ଲଫ୍ରେଣ୍ଡ । ଯୁବକ ଜଣକ ଏତେଗୁଡ଼ାଏ ଟଙ୍କା ଦେଇ ନପାରିବାରୁ ତାଙ୍କ ଫଟୋ ଯୁବତୀ ଭାଇରାଲ କରିଥିବା ଅଭିଯୋଗ କରାଯାଇଛି ।

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆସିଛି । ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଚାକିରି ଚାଲିଯାଇଛି । ଖାଲି ସେତିକି ନୁହେଁ, ଯୁବକଙ୍କ ବିବାହ ପାଇଁ ଆସିଥିବା ପ୍ରସ୍ତାବ ମଧ୍ୟ ଭାଙ୍ଗି ଯାଇଛି । ଘଟଣାକୁ ନେଇ ପୀଡ଼ିତ ଯୁବକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ : ମହିଳାଙ୍କ ପାଇଁ ଅଡୁଆ ଖବର; ବନ୍ଦ ହେବାକୁ ଯାଉଛି ସବୁ ବିୟୁଟି ପାର୍ଲର!

ସୂଚନା ଅନୁସାରେ ପ୍ରୟାଗରାଜର ଜଣେ ଯୁବକ ସରୋଜିନୀ ନଗରର ଶିଳ୍ପାଞ୍ଚଳରେ ଚାକିରି କରୁଥିଲେ । ଚାକିରି କରିଥିବାରୁ ଲକ୍ଷ୍ନୌର ଆଜାଦ ନଗରରେ ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହୁଥିଲେ । ସେହିଠାରେ ପୂର୍ବରୁ ଜଣେ ଯୁବତୀ ମଧ୍ୟ ଭଡ଼ା ନେଇ ରହୁଥିଲେ । ଗୋଟିଏ ଅପାର୍ଟମେଣ୍ଟରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା । ପରେ ଉଭୟ ଫୋନ୍‌ରେ ଚାଟିଂ କରିବା ସହ ଧୀରେ ଧୀରେ ସମ୍ପର୍କରେ ଆସିଥିଲେ ।

ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ । ଶାରୀରିକ ସମ୍ପର୍କ ସମୟରେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ । ତା’ପରେ ଫଟୋ ଗୁଡ଼ିକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ତେବେ ସେହି ସମୟରେ ଯୁବତୀଙ୍କୁ ଏପରି ନକରିବାକୁ ଯୁବକ ଅନେକ ବୁଝାଇଥିଲେ । ହେଲେ ସେ ବୁଝିନଥିଲେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭାଇରାଲ ଭିଡିଓ: ପାର୍କ ଭିତରେ ଦୁଇ ସ୍କୁଲ ଝିଅ ସହ ରାସଲୀଳା କରୁଥିଲା ଜଣେ ପୁଅ, ଲୋକେ ଦେଖି ଫିଙ୍ଗିଲେ ଚପଲ

ଶେଷରେ ଯୁବକଙ୍କ ଫଟୋ ବାବଦକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରଥିଲେ ଯୁବତୀ । ହେଲେ ଯୁବକ ଟଙ୍କା ଦେଇ ନପାରିବାରୁ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଦେଇଥିଲେ ଯୁବତୀ । ଖାଲି ସେତିକି ନୁହେଁ, ଯୁବକଙ୍କ ସାଙ୍ଗ ଓ ସମ୍ପର୍କୀୟ ମାନଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ପଠାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏହାକୁ ନେଇ ବୟଫ୍ରେଣ୍ଡ ଥାନାରେ ଅଭିଯୋଗ କରିବା ସହିତ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି କହିଛନ୍ତି । ଏବଂ ଏହି କାରଣରୁ ସେ ଚାକିରି ମଧ୍ୟ ହରାଇଛନ୍ତି । ବିବାହ ପାଇଁ ସ୍ଥିର ହୋଇଥିବା ବାହାଘର ମଧ୍ୟ ଭାଙ୍ଗିଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।