ପ୍ରେମ ପାଇଁ ସୀମା ପାର୍‌, ଏବେ ଦକ୍ଷିଣ କୋରିଆରୁ ଭାରତ ଆସି ବିବାହ କଲେ ଆଉ ଜଣେ ଯୁବତୀ 

South Korean woman files to India to marry lover from Uttar Pradesh
 
South Korean woman files to India to marry lover from Uttar Pradesh
ଦକ୍ଷିଣ କୋରିଆରୁ ଭାରତ ଆସି ବିବାହ କଲେ ଯୁବତୀ  

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ସୀମା ପାର୍‌ ପ୍ରେମର ଧାରା ଜାରି ରହିଛି। ପାକିସ୍ତାନର ସୀମା ହାଇଦରଙ୍କ ପରେ ଦକ୍ଷିଣ କୋରିଆର ଜଣେ ଯୁବତୀ ନିଜ ପ୍ରେମିକକୁ ବାହା ହେବା ପାଇଁ ଉତ୍ତରପ୍ରଦେଶ ଚାଲି ଆସିଛନ୍ତି। ଯୁବତୀ କିମ୍‌ ବୋ-ନେ ୪ ବର୍ଷ ତଳେ ବୁସାନର ଏକ କଫି ସପ୍‌ରେ ସୁଖଜୀତ ସିଂହଙ୍କୁ ଭେଟିଥିଲେ। 

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ସୁଖଜୀତ ସେତେବେଳେ ଚାକିରି ପାଇଁ ଦକ୍ଷିଣ କୋରିଆ ଯାଇଥିଲେ। ସେଠାରେ ସେ ଏକ କଫି ସପ୍‌ରେ ଚାକିରି କରିଥିଲେ। କିମ୍‌ ମଧ୍ୟ ସେହି କଫି ସପ୍‌ର ବିଲିଂ କାଉଣ୍ଟରରେ ଚାକିରି କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ୍‌ ହୋଇ ଯାଇଥିଲା। ଉଭୟେ ୪ ବର୍ଷ ପର୍ଯ୍ୟନ୍ତ ଲିଭ୍‌-ଇନ ରିଲେସନସିପ୍‌ରେ ଥିଲେ। ସୁଖଜୀତ ୬ ମାସ ଭାରତ ଆସିଥିଲେ। ଏହାର ୨ ମାସ ପରେ କିମ୍‌ ତାଙ୍କୁ ଅନୁଧାବନ କରି ଭାରତ ଆସିଗଲେ। ଉଭୟେ ଏକ ସ୍ଥାନୀୟ ଗୁରୁଦ୍ବାରରେ ବିବାହ କରିଛନ୍ତି।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ସୁଖଜୀତଙ୍କ ସୂଚନା ଅନୁଯାୟୀ କିମ୍‌ ଭାରତୀୟ ପରମ୍ପରା, ଶିଖ୍‌ ଗୀତ ଶୁଣିବାକୁ ଭଲ ପାଉଛନ୍ତି। ଉଭୟେ ଦକ୍ଷିଣ କୋରିଆ ଯାଇ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କିମ୍‌ ଗ୍ରେଟର ନୋଏଡାର ରାବୁପୁରା ସ୍ଥିତ ସୁଖଜୀତଙ୍କ ଫାର୍ମ ହାଉସ୍‌ରେ ତାଙ୍କ ପରିବାର ସହ ରହୁଛନ୍ତି। ସେ ତିନି ମାସିଆ ଭିସାରେ ଭାରତ ଆସିଥିଲେ।