ଜୁନ୍ ୧ରୁ ବଦଳିବ ଏହି ସବୁ ବଡ଼ ନିୟମ; ଜାଣନ୍ତୁ
 

Rules Changing from 1st June 2024
 
ଜୁନ୍‌ ପହିଲାରୁ ମହଙ୍ଗା ମାଡ଼!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ଜୁନ୍‌ ପହିଲାରୁ କେତେକ କ୍ଷେତ୍ରରେ ପ୍ରଚଳିତ ନିୟମରେ ପରିବର୍ତ୍ତନ ସହ ଲୋକଙ୍କ ଉପରେ ମହଙ୍ଗମାଡ଼ର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ଆଶଙ୍କା ଦେଖାଯାଇଛି। ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡି ଚାଳନା ତ୍ରୁଟିକୁ ନେଇ ଜୋରିମାନା ଆଦାୟ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। 

ପ୍ରଥମତଃ ଜୁନ୍ ୧ ରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି। ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିବାର ବ୍ୟବସ୍ଥା ରହିଛି। ବିଶେଷକରି ତୈଳ ବିପଣନ କମ୍ପାନୀଗୁଡିକ ଦ୍ବାରା ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା ବେଳେ ଉଭୟ ଘରୋଇ ଏବଂ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ସ୍ଥିର କରାଯାଇଥାଏ। 

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ତେଣୁ ଆଗାମୀ ପହିଲାରେ ଯଦି ଏଲପିଜି ମୂଲ୍ୟରେ ପରିବର୍ତ୍ତନ କରାଯାଏ ତେବେ ଏହା ସାଧାରଣ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେହିପରି ତ୍ରୁଟିପୂର୍ଣ୍ଣ ଗାଡି ଚାଳନା ପାଇଁ ଜୋରିମାନା ଆଦାୟରେ ମଧ୍ୟ କିଛି ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଜଣେ ନାବାଳକ ଗାଡି ଚଳାଇ ଧରାପଡ଼ିଲେ ଏଥିପାଇଁ ଭାରୀମାତ୍ରାରେ ଜୋରିମାନା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଜୋରିମାନା ପରିମାଣ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହିତ ସଂପୃକ୍ତ ଚାଳକଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଗାଡି ଚଳାଇବାକୁ ଲାଇସେନ୍ସ ନ ମିଳିବା ଭଳି ନିୟମ ଲାଗୁ ହେବାକୁ ଯାଉଛି।

ଏହି ନୂଆ ନିୟମ ଜୁନ୍ ୧ ରୁ ଲାଗୁ ହେବ । ଅନ୍ୟପକ୍ଷରେ ଡ୍ରାଇଭିଂ ଶିକ୍ଷା ଏବଂ ଲାଇସେନ୍ସ ପାଇବା ଲାଗି ରହିଥିବା ନିୟମରେ ମଧ୍ୟ ପରିବର୍ତ୍ତିତ ନିୟମ ଲାଗୁ ହେବାକୁ ଯାଉଛି। ପୂର୍ବରୁ କେବଳ ସରକାରୀ ପ୍ରତିଷ୍ଠାନରେ ଡ୍ରାଇଭିଂ ଶିକ୍ଷା ଏବଂ ଲାଇସେନ୍ସ ପ୍ରାପ୍ତ କରିବା ବ୍ୟବସ୍ଥା ରହିଥିଲା ବେଳେ ଏ॥ବେ ଘରୋଇ ଅନୁଷ୍ଠାନରେ ଡ୍ରାଇଭିଂ ପରୀକ୍ଷା ମଧ୍ୟ କରାଯାଇପାରିବ। ଏହି ନୂଆ ବ୍ୟବସ୍ଥା ଜୁନ୍ ୧ ରୁ ଲାଗୁ ହେବା ସହିତ ଘରୋଇ ଅନୁଷ୍ଠାନ (ଡ୍ରାଇଭିଂ ସ୍କୁଲ୍) ରେ ଡ୍ରାଇଭିଂ ପରୀକ୍ଷା ମଧ୍ୟ କରାଯାଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପରୀକ୍ଷା କେବଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ( ଆରଟିଓ) ଦ୍ୱାରା ପରିଚାଳିତ ସରକାରୀ କେନ୍ଦ୍ରରେ କରାଯାଉଥିଲା। 

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 

ଏବେ ବେସରକାରୀ ଅନୁଷ୍ଠାନରେ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ମଧ୍ୟ ଡ୍ରାଇଭିଂ ପରୀକ୍ଷା କରିବେ ଏବଂ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ। ତେବେ ଏହି କାର୍ଯ୍ୟ ପରିଚାଳନା କରିବାକୁ ଚାହୁଁଥିବା ଘରୋଇ ଅନୁଷ୍ଠାନ ଆରଟିଓ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇବାକୁ ହେବ । ଅନ୍ୟପକ୍ଷରେ ତୀବ୍ର ଗତିରେ ଗାଡି ଚାଳନାକୁ ନେଇ ରହିଥିବା ଜୋରିମାନା ପରିମାଣ ଜୁନ୍‌ ପହିଲାରୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି। 

ଯଦି ଜଣେ ବ୍ୟକ୍ତି ଉଚ୍ଚ ବେଗରେ ଗାଡି ଚଳାନ୍ତି ତେବେ ତାଙ୍କୁ ଅଧିକ ଜରିମାନା କରାଯିବ। ଏହି ନିୟମ ଜୁନ୍ ୧ ରୁ ପରିବର୍ତ୍ତନ ହେଉଥିବା ଟ୍ରାଫିକ୍ ନିୟମରେ ମଧ୍ୟ ଅନ୍ତର୍ଭୁକ୍ତ। ଜଣେ ବ୍ୟକ୍ତି ତୀବ୍ର ବେଗରେ ଗାଡି ଚଳାଇଲେ ତାଙ୍କୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। କେବଳ ଏତିକି ନୁହେଁ, ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଅନ୍ୟପକ୍ଷରେ ଆଧାରକାର୍ଡରେ ଅପଡେଟ୍‌( ସର୍ବଶେଷ ତଥ୍ୟ) ପାଇଁ ଇଛୁକ ବ୍ୟକ୍ତି ବିଶେଷ ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ କରିପାରିବେ। ଅନଲାଇନ ବ୍ୟବସ୍ଥାରେ ଯାହା ସମ୍ଭବ ତାହା ହିଁ ଅପଡେଟ୍‌ କରାଯାଇପାରିବ।

ଅଧିକ ପଢନ୍ତୁ : ଏହି କଥାକୁ ନେଇ ଚିନ୍ତାରେ ରହିବା ସହ ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ