ମରିଯାଉଛି ମାନବିକତା : ମୃତ୍ୟୁ ପରେ ବି ଝିଅର ଶବ ସହ ଦୁଷ୍କର୍ମ ଭୟରେ କବରରେ ତାଲା ପକାଉଛନ୍ତି ବାପା-ମା

 

ଓଡ଼ିଆ ଗସିପ ବ୍ୟୁରୋ: ମୃତ୍ୟୁ ପରେ ବି ଶବ ସହ ଦୁଷ୍କର୍ମର ଭୟ । ଆଉ ସେହି ଭୟରେ ଝିଅମାନଙ୍କ ମୃତ୍ୟୁ ପରେ କବରକୁ ତାଲା ପକାଇ ରଖୁଛନ୍ତି ବାପା-ମା । ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ପାକିସ୍ତାନରୁ ଆସିଛି । ପାକିସ୍ତାନୀ ପିତାମାତା ଏବେ ସେମାନଙ୍କ ମୃତ ଝିଅମାନଙ୍କୁ କବର ବନ୍ଦ କରି ବଳାତ୍କାରରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଆଶ୍ଚର୍ୟ୍ୟଜନକ ଖବର ‘ଦ ଡେଲି ଟାଇମ୍ସ‘ର ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟରେ ଜଣାପଡିଛି ଯେ କାଙ୍ଗାଳ ସ୍ଥିତିରେ ପହଁଚିଥିବା ପାକିସ୍ତାନରେ ବୃଦ୍ଧି ପାଉଛି ନେକ୍ରୋଫିଲିଆ ରୋଗ ।

ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ନିଜ ପରିବାର ଭିତ୍ତିକ ମୂଲ୍ୟବୋଧ ପାଇଁ ଗର୍ବ ଅନୁଭବ କରୁଥିବା ବେଳେ ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଉଛି । କିନ୍ତୁ ମୃତ ଝିଅମାନଙ୍କ ସହ ଦୁଷ୍କର୍ମ ମାମଲା ଏହାଠାରୁ ଅଧିକ ରହିଛି ଯାହାକି ଅତ୍ୟନ୍ତ ଲଜ୍ଜାଜନକ ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଶେଷ ଚିଠି, ୬ ପୃଷ୍ଠାରେ ଲେଖିଥିଲେ ନିଜ ଯନ୍ତ୍ରଣାର କାହାଣୀ...

ତେବେ ଏହା ପଛରେ ଥିବା କାରଣ ବାବଦରେ ପାକିସ୍ତାନର ଜଣାଶୁଣା ଲେଖିକା ହାରିସ୍ ସୁଲତାନ କହିଛନ୍ତି ଯେ ପାକିସ୍ତାନର ମୌଳବାଦୀ ଲୋକମାନେ ଏପରି ଏକ ସମାଜ ସୃଷ୍ଟି କରିଛନ୍ତି, ଯେଉଁଠି ନିଜ ଝିଅର ମୃତଦେହର ସୁରକ୍ଷା ପାଇଁ ପିତାମାତାଙ୍କୁ କବର ଉପରେ ମଧ୍ୟ ତାଲା ପକାଇବାକୁ ପଡୁଛି ।

ଏହି କିଛି ଦିନ ମଧ୍ୟରେ ପାକିସ୍ତାନରେ ଏହି ଘଟଣା ବହୁଳ ଭାବେ ବୃଦ୍ଧି ପାଇଛି । ଯାହା ଫଳରେ ଭୟଭୀତ ହୋଇ ପରିବାର ଲୋକେ ମୃତ ଝିଅର କବର ଚାରିପଟେ ସିମେଣ୍ଟର କାନ୍ଥ କରିବା ସହ ଲୁହା ଗ୍ରୀଲ ଲଗାଉଛନ୍ତି । ଏହି ଗ୍ରୀଲରେ ପୁଣି ତାଲା ମଧ୍ୟ ପକାଉଛନ୍ତି ।

ଅର୍ନ୍ତଜାତୀୟ ଗଣମାଧ୍ୟମରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି । ସ୍ଥାନୀୟ ବାସିନ୍ଦା ଘଟଣା ପାଇଁ ପାକିସ୍ତାନର କଠୋରପନ୍ଥି ବିଚାରଧାରାକୁ ଦାୟୀ କରିଛନ୍ତି । ତେବେ ଏନେଇ ସରକାର ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି । ତେବେ ଆଉ କିଛି ବାଟ ନଥିବାରୁ ଏବେ ଝିଅମାନଙ୍କର ଅଭିଭାବକମାନେ ସେମାନଙ୍କ ଝିଅର କବର ଉପରେ ଲୁହା ଫାଟକ ଏବଂ ତାଲା ଲଗାଉଥିବାର ଦେଖିବାକୁ ମିଳିଛି ।

୨୦୧୧ରେ ପ୍ରଥମେ ଏଭଳି ମାମଲା ସାମ୍ନାକୁ ଆସିଥିଲା:

ପାକିସ୍ତାନରେ ୨୦୧୧ ମସିହାରେ ନେକ୍ରୋଫିଲିଆର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ କରାଚିର ଉତ୍ତର ନାଜିମାବାଦରେ ମହମ୍ମଦ ରିଜୱାନ ନାମକ ଜଣେ କବର ରକ୍ଷକ ୪୮ ବର୍ଷୀୟ ମହିଳାଙ୍କ ମୃତଦେହକୁ ବଳାତ୍କାର କରିଥିବା ସ୍ୱୀକାର କରିବା ପରେ ଗିରଫ କରାଯାଇଥିଲା । ଜାତୀୟ ମାନବ ଅଧିକାର ଆୟୋଗ ଅନୁଯାୟୀ ୪୦ ପ୍ରତିଶତରୁ ଅଧିକ ପାକିସ୍ତାନୀ ମହିଳା ସେମାନଙ୍କ ଜୀବନରେ ଅତି କମରେ ଥରେ କୌଣସି ପ୍ରକାରର ହିଂସାର ଶିକାର ହେଉଛନ୍ତି ।

ଆହୁରି ପଢ଼ନ୍ତୁ : 'ମୁଁ ବାରମ୍ବାର ମନା କରିବା ପରେ ବି ମତେ ବାନ୍ଧିଲ, ଏବେ 40 ଲକ୍ଷ ଭୁତକୁ ସମ୍ଭାଳ…'

ନେକ୍ରୋଫିଲିଆ କ’ଣ?

ଗ୍ରୀକ୍ ଭାଷାରେ, ‘ନେକ୍ରୋ’ର ଅର୍ଥ ହେଉଛି 'ଶବ' ଏବଂ 'ଫିଲିଆ' ଅର୍ଥ ହେଉଛି 'ପ୍ରେମ' । ଏହିପରି, ‘ନେକ୍ରୋଫିଲିଆ’ ଅର୍ଥ ହେଉଛି ‘ମୃତ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଆନନ୍ଦ ପାଇବା’ । ଏହି ବିକଳାଙ୍ଗ ରୋଗରେ ପୀଡିତ ବ୍ୟକ୍ତି ମୃତ ଶରୀର ସହିତ ସମ୍ପର୍କ ରଖିବା ପାଇଁ ଆକର୍ଷିତ ଅନୁଭବ କରନ୍ତି । ସେ ପ୍ରଥମେ ଝିଅ କିମ୍ବା ମହିଳାଙ୍କୁ ହତ୍ୟା କରିବ, ତା’ପରେ ତା’ର ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବ ।