ବଡ ଧରଣର ବିସ୍ଫୋରଣ: ୩୪ ମୃତ, ୧୦୦ ରୁ ଅଧିକ ଗୁରୁତର
 

Massive Blast Occurred Near Balochistan mosque
 
ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ

ଓଡ଼ିଆ ଗସିପ୍ ବ୍ୟୁରୋ:ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍‌‌ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। 

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ଏହି ବଡ ଧରଣର ବିସ୍ଫୋରଣ ଘଟିଛି।  ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ନିମନ୍ତେ ଜନସମାଗମ ହୋଇଥିବା ବେଳେ ଏକ ମସ୍‌ଜିଦ୍‌ ନିକଟରେ ଏହି ପ୍ରଚଣ୍ଡ ବିସ୍ଫୋରଣ ଘଟିଛି।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ଜିଲ୍ଲା ପ୍ରଶାସନ ମଧ୍ୟ କହିଛି ଯେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମସ୍ତୁଙ୍ଗ୍‌ର ‘ଡିଏସ୍‌ପି’ ନୱାଜ୍‌ ଗଶ୍‌କୋରି। ଆହତ ଲୋକମାନଙ୍କୁ ଆଖପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଏଯାବତ୍‌ କେହି ଦାବି କରିନାହାନ୍ତି। ଏଥିରେ ସମ୍ପୃକ୍ତି ଥିବା କଥାକୁ ‘ଦି ପାକିସ୍ତାନି ତାଲିବାନ୍‌’ ଜାରି କରିଥିବା ବିବୃତିରେ ଅସ୍ବୀକାର କରିଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି