ଏହି ବଡ଼ କାରଣ ପାଇଁ ବୁଡ଼ିଯିବ ଏଲ୍‌ଆଇସି, ଇପିଏଫ୍‌ଓର ଅର୍ଥ; ସାବଧାନ!

 

ଓଡ଼ିଆ ଗସିପ ବ୍ୟୁରୋ : ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟାଲକୁ ଋଣ ଦେଇଥିବା ବ୍ୟାଙ୍କଗୁଡିକ ଆଗାମୀ ଦିନରେ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ । କାରଣ ସେହି ବ୍ୟାଙ୍କଗୁଡିକ ଋଣ ଅର୍ଥର ୪୩% ପାଇପାରିବେ । ହିନ୍ଦୁଜା ଗ୍ରୁପ୍ ରିଲାଏନ୍ସ କ୍ୟାପିଟାଲ୍ ପାଇଁ ୯୬୫୦ କୋଟି ଟଙ୍କାର ଟେଣ୍ଡର କରିଥିଲା ​​ଏବଂ ବର୍ତ୍ତମାନ ଏହି ପରିମାଣକୁ ବୃଦ୍ଧି କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଛି ।

ଏଥିପାଇଁ ନିକଟରେ ଉଭୟ ପକ୍ଷର ଶେଷ ରାଉଣ୍ଡ ଆଲୋଚନା ଶେଷ ହୋଇଛି । ହିନ୍ଦୁଜାର ଅଫର ଏବଂ କମ୍ପାନୀର ନଗଦ ବାଲାନ୍ସକୁ ଦୃଷ୍ଟିରେ ରଖି କେବଳ ୧୦,୦୯୦ କୋଟି ଟଙ୍କା ଅସୁଲ ହେବ ବୋଲି ଆଶା କରାଯାଉଛି । କମ୍ପାନୀର ଲିକ୍ୟୁଡେସନ୍‌ ମୂଲ୍ୟ ୧୨,୫୦୦- ୧୩,୦୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

ତେବେ ଏହା ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଅନୀଲ ଅମ୍ବାନୀଙ୍କ ଦେବାଳିଆ କମ୍ପାନୀ ରିଲାଏନ୍ସ କ୍ୟାପିଟାଲରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ବଡ଼ ପରିମାଣର ଅର୍ଥ କରଜ ଆକାରରେ ରହିଛି, ଯାହା ଏବେ ଡୁବିବାକୁ ବସିଛି ।

ଅଧିକ ପଢ଼ନ୍ତୁ : ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ ଏହି ଜଣାଶୁଣା ବଲିଉଡ ଅଭିନେତା, ଧରିଲେ ଆସାମର ରୁପାଲିଙ୍କ ହାତ

ରିଲାଏନ୍ସ କ୍ୟାପିଟାଲରେ ଏଲ୍‌ଆଇସି, ଇପିଏଫଓ ଭଳି କମ୍ପାନୀର ଅଧିକ କରଜ ପାଣ୍ଠି ରହିଛି । ସୂଚନାନୁସାରେ, କ୍ରେଡିଟ୍ ସୁଇସ୍‌ ନେତୃତ୍ୱରେ ଥିବା ବଣ୍ଡହୋଲ୍ଡରମାନେ ଏନ୍‌ସିଏଲ୍‌ଟିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନସିଏଲଟି ତାଙ୍କୁ ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସର ଅଂଶଧନକୁ ପ୍ରଶାସକଙ୍କ ନିକଟକୁ ଫେରାଇବାକୁ କହିଛି। ଏହା ଋଣଦାତାଙ୍କୁ ଆଶ୍ବସ୍ତ କରିଛି । ଋଣଦାତାମାନେ ଆଶଙ୍କା କରିଥିଲେ ଯେ ଯଦି ବଣ୍ଡଧାରୀମାନେ ଏନ୍‌ସିଏଲ୍‌ଟି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରନ୍ତି, ତେବେ ଏହା ସମଗ୍ର ପ୍ରକ୍ରିୟାକୁ ସ୍ଥଗିତ କରିପାରେ । ରିଲାଏନ୍ସ କ୍ୟାପିଟାଲ ଉପରେ ଏଲ୍‌ଆଇସିର ୩୪୦୦ କୋଟି ଟଙ୍କାର ଋଣ ଅଛି ।

ଅଧିକ ପଢ଼ନ୍ତୁ : ଛାଡ଼ପତ୍ର ପାଇଁ ଯାଇଥିଲେ ଫୁଲମାଳ ପିନ୍ଧି ଘରକୁ ଫେରିଲେ; ଲୋକେ ଦେଖି ଆଶ୍ଚର୍ଯ୍ୟ

ସେହିଭଳି ରିଲାଏନ୍ସ କ୍ୟାପିଟାଲର ବଣ୍ଡ ପ୍ରୋଗ୍ରାମରେ ଇପିଏଫଓ ୨୫୦୦ କୋଟି ଟଙ୍କା ବିନିଯୋଗ କରିଛି । ଏକ ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ ହେବା ବ୍ୟତୀତ ରିଲାଏନ୍ସ କ୍ୟାପିଟାଲ୍ ମଧ୍ୟ ଅନିଲ ଅମ୍ବାନୀଙ୍କ ଆର୍ଥିକ ସେବା ବ୍ୟବସାୟ ପାଇଁ ହୋଲଡିଂ କମ୍ପାନୀ ଥିଲା ।

ରିଲାଏନ୍ସ କ୍ୟାପିଟାଲରେ ପ୍ରାୟ ୨୦ ଟି ଆର୍ଥିକ ସେବା କମ୍ପାନୀ ଅଛି । ଏଥି ମଧ୍ୟରେ ସିକ୍ୟୁରିଟି ବ୍ରୋକିଂ, ବୀମା ଏବଂ ଏକ ଏଆର୍‌ସି ଅନ୍ତର୍ଭୁକ୍ତ । ଆର୍‌ବିଆଇ ୩୦ ନଭେମ୍ବର ୨୦୨୧ରେ ରିଲାଏନ୍ସ କ୍ୟାପିଟାଲ ବୋର୍ଡକୁ ବିଲୋପ କରି ଏହା ବିରୁଦ୍ଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିଥିଲା ।