ଆମେରିକା ଘରୁ ଭାରତୀୟ ବଂଶୋଦ୍ଭବ ଦମ୍ପତି,ପୁଅ ଓ ଝିଅ (୪ ଜଣଙ୍କ) ମୃତଦେହ ଉଦ୍ଧାର
 

Indian-Origin Couple Son And Daughter Found Dead At Home In US
 
 
ଆମେରିକା ଘରୁ ଭାରତୀୟ ବଂଶୋଦ୍ଭବ ୪ ଜଣଙ୍କ ମୃତଦେହ ଉଦ୍ଧାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେରିକାର ନ୍ୟୁ ଜର୍ସିରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତଦେହ ମିଳିଥିଲା ଏବଂ ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି। ବୁଧବାର ଅପରାହ୍ନ ୪.୩୦ ପରେ  ୪୩ ବର୍ଷିୟ ତେଜପ୍ରତାପ ସିଂହ ଓ ୪୨ ବର୍ଷୀୟ ସୋନାଲ୍‌ ପରିହାର, ସେମାନଙ୍କର ୧୦ ବର୍ଷିୟ ପୁଅ ଓ ୬ ବର୍ଷୀୟ ଝିଅଙ୍କ ସହିତ ସେମାନଙ୍କ ପ୍ଲେନ୍‌ବୋରୋସ୍ଥିତ ଘରେ ମୃତଦେହ ମିଳିଥିବା ପ୍ଲେନ୍‌ବୋରୋ ପୋଲିସ ବିଭାଗ କହିଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଏହି ଗଣହତ୍ୟାର ତଦନ୍ତ ଆରମ୍ଭ ହୋଇଛି ବୋଲି ଗୁରୁବାର ଦିନ ପ୍ଲେନ୍‌ବୋରୋ ପୁଲିସ ବିଭାଗ ମୁଖ୍ୟ କହିଛନ୍ତି। ସିଂହଙ୍କ ପରିବାରର ଆତ୍ମୀୟମାନେ ‘ସିବିଏସ୍ ନିଉଜ୍‌’କୁ କହିଛନ୍ତି ଯେ, ପରିବାରର ମୃତ୍ୟୁ ଯୋଗୁଁ ସେମାନେ ମର୍ମାହତ। ସିଂହ ଓ ପରିହାର ସୁଖୀ ଦମ୍ପତି ଥିଲେ। ବିଶେଷକରି, ସିଂହ ଭାରତୀୟ ସମ୍ପ୍ରଦାୟରେ ଜଣେ ସକ୍ରିୟକର୍ମୀ ଥିଲେ।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

‘ନେସ୍‌ ଡିଜିଟାଲ୍‌ ଇଞ୍ଜିନିୟରିଙ୍ଗ୍‌’ରେ ସିଂହ ଜଣେ ମୁଖ୍ୟ ‘ଏପିକ୍ସ୍‌’ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରୁଥିଲେ ବୋଲି ତାଙ୍କ ‘ଲିଙ୍କ୍‌ଡ୍‌ଇନ୍‌’ ପ୍ରୋଫାଇଲ୍‌ରୁ ଜଣାପଡ଼ିଛି। ଉଭୟ ସିଂହ ଓ ପରିହାର ‘ଆଇଟି’ ସେକ୍ଟର୍‌ରେ ‌କ୍ୟାରିୟର୍‌ ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ