୮୪ ବର୍ଷ ପରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼; ୩ ରାଜ୍ୟକୁ ହାଇ ଆଲର୍ଟ, ଘଟାଇବ ବ୍ୟାପକ କ୍ଷତି 

Hurricane Hilary prompts historic tropical storm warning for California
 
Hurricane Hilary prompts historic tropical storm warning for California
୮୪ ବର୍ଷ ପରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼; ୩ ରାଜ୍ୟକୁ ହାଇ ଆଲର୍ଟ, ଘଟାଇବ ବ୍ୟାପକ କ୍ଷତି 

ଓଡ଼ିଆ ଗସିପ୍ ବ୍ୟୁରୋ: ୮୪ ବର୍ଷ ପରେ ମାଡ଼ି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ । ଆସନ୍ତା ସପ୍ତାହରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ହିଲାରୀ । ୩ଟି ରାଜ୍ୟକୁ ରହିଛି ଆଲର୍ଟ, ଆସନ୍ତା ସପ୍ତାହରେ ଆମେରିକାରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ହିଲାରୀ । ଆମେରିକାର 3 ଟି ରାଜ୍ୟ - କାଲିଫର୍ଣ୍ଣିଆ, ଆରିଜୋନା ଏବଂ ନେଭାଡାରେ ଘଟାଇବ ବ୍ୟାପକ କ୍ଷତି ।

ବିଶେଷକରି ଆଲର୍ଟରେ କାଲିଫର୍ଣ୍ଣିଆ । କାରଣ କାଲିଫର୍ଣ୍ଣିଆରେ ହିଁ ଲ୍ୟାଣ୍ଡଫଲ କରିବ ହରିକେନ୍ ହିଲାରୀ । ବର୍ତ୍ତମାନ କ୍ୟାଟାଗୋରି-୪ରେ ହିଲାରୀ ଗତି କରୁଥିବା ବେଳେ ଆସନ୍ତା ସୋମବାର ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସତର୍କ କରାଇଲା ନ୍ୟାସନାଲ ହରିକନ୍ ସେଣ୍ଟର ।

ଅଧିକ ପଢନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

ତେବେ ଲ୍ୟାଣ୍ଡଫଲ୍ ବେଳକୁ କ୍ୟାଟାଗୋରି-୧ର ରୂପ ନେବ ବାତ୍ୟା ହିଲାରୀ । ତେଣୁ ଦକ୍ଷିଣ-ପଶ୍ଚିମ ଆମେରିକାରେ ବ୍ୟାପକ କ୍ଷତି ଆଶଙ୍କା କରାଯାଇଛି । ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୨୨୫ କି.ମି ବେଗରେ ପବନ ବହିବା ସତର୍କ କରାଇଛି ପାଣିପାଗ ସଂସ୍ଥା । ୮ ଦଶନ୍ଧି ପରେ ଏତେବଡ ବାତ୍ୟାର ସମ୍ମୁଖିନ ହେବାକୁ ଯାଉଛନ୍ତି କାଲିଫର୍ଣ୍ଣିଆ ବାସିନ୍ଦା । କାରଣ ୮୪ ବର୍ଷ ପରେ କାର୍ଲିଫୋନିଆରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଶେଷ ଥରପାଇଁ ୧୯୩୯ରେ କାଲିଫର୍ଣ୍ଣିଆର ଲଙ୍ଗ୍ ବିଚ୍‌ରେ ଲ୍ୟାଣ୍ଡ ଫଲ୍ କରିଥିଲା ଶେଷ ଭୟଙ୍କର ଝଡ଼ । ଏହାକୁ ନେଇ ଆଗୁଆ ସତର୍କ ହୋଇଛି ପ୍ରଶାସନ । ୯ ହଜାର ଲୋକଙ୍କ ପାଇଁ ୮୦ଟି ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି । ସୋମବାର ଏହା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଯେତେଶିଘ୍ର ସମ୍ଭବ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗି ପଡ଼ିଛି ସ୍ଥାନୀୟ ପ୍ରଶାସନ ।