ଝିଅ ଜନ୍ମ ହେଲେ ସରକାର ଦେବେ ୨ ଲକ୍ଷ ଟଙ୍କା, ଜାଣନ୍ତୁ କେଉଁଠି ଓ କିପରି ପାଇବେ ଏହି ଟଙ୍କା ?
 

Hp Scheme For Parents Of Single Girl Child
 
 
ଝିଅ ଜନ୍ମ ହେଲେ ସରକାର ଦେବେ ୨ ଲକ୍ଷ ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ:ଯେମିତିକି ଆପଣ ମାନେ ଜାଣିଥିବେ ଯେ ଝିଅମାନଙ୍କ ପାଇଁ ସାରା ଦେଶରେ ଅନେକ ପ୍ରକାରର ଯୋଜନା ଚାଲିଛି, ଯେଉଁଥିରେ ସେମାନଙ୍କର ଶିକ୍ଷା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି।

ଆଧିକ ପଢନ୍ତୁ :ଆର୍ଥିକ ମାମଲାରେ ସମସ୍ୟା ଦେଖାଦେବା ସହ ଏମାନଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ! ପଢନ୍ତୁ ଆଜିର ରାଶିଫଳ 

ଦେଶର ଅନେକ ରାଜ୍ୟରେ ଗୋଟିଏ ଝିଅ ଜନ୍ମ ପରେ ସରକାର ଅନେକ ଯୋଜନା ଆରମ୍ଭ, ଯାହା ଅଧୀନରେ ଝିଅ କିମ୍ବା ପିତାମାତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ଦେଶର ଏମିତି ଗୋଟିଏ ରାଜ୍ୟ ରହିଛି, ଯେଉଁଠି ପରିବାରରେ ଝିଅ ଜନ୍ମ ହେଲେ, ୨ ଲକ୍ଷ ଟଙ୍କା ଦେଉଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ବାସ୍ତବରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଘୋଷଣା କରିଛନ୍ତି ଯେ, ହିମାଚଳଠାରେ ଜନ୍ମିତ ପ୍ରତ୍ୟେକ ଝିଅକୁ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।ଗୋଟିଏ ଝିଅ ଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଦୁଇଟି ଝିଅ ଥିବା ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। କିନ୍ତୁ ଏହାପୂର୍ବରୁ ରାଜ୍ୟରେ ଏକ ଝିଅ ସନ୍ତାନର ଜନ୍ମ ହେଲେ ୩୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା। ସରକାର କହିଛନ୍ତି ଯେ ମହିଳା ଗର୍ଭପାତ ମାମଲା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ଏଥିପାଇଁ ପୃଥକ ନିୟମ ପ୍ରସ୍ତୁତ କରାଯାଇଛି। ଏହି ଟଙ୍କା ଶିଶୁର ଜନ୍ମ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସହାୟକ ହୋଇଥାଏ । ଏହାଦ୍ବାରା ଶିଶୁର ପ୍ରତିପୋଷଣ କିମ୍ବା ଶିକ୍ଷାରେ କୌଣସି ପ୍ରକାରର ଅଭାବ ନଥାଏ । ଆପଣ ଅଙ୍ଗନୱାଡି କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଝିଅ ସନ୍ତାନର ଜନ୍ମ ବିଷୟରେ ସୂଚନା ଦେଇପାରିବେ । ଏଥିରେ କିଛି ଡକ୍ୟୁମେଣ୍ଟ୍ ଦାଖଲ କରି ଆବେଦନ କରିବାକୁ ପଡିବ । ଏହାପରେ ସରକାରଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପାଇପାରିବେ ।

ଆଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ସହ ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ! ପଢନ୍ତୁ ଏ ସପ୍ତାହର ରାଶିଫଳ