କୁକୁରଙ୍କୁ ନେଇ ନଗର ନିଗମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନିୟମ ନ ମାନିଲେ ଦେବାକୁ ପଡିବ ୧୦,୦୦୦ ଜୋରିମାନା
 

Ghaziabad new rules for pet dogs by ghaziabad nagar nigam know guidelines
 
 
କୁକୁରଙ୍କୁ ନେଇ ନଗର ନିଗମର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: ଗତ କିଛି ଦିନ ହେବ ଗାଜିଆବାଦ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଲଗାତର କୁକୁର କାମୁଡିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହି କାରଣରୁ ନଗର ନିଗମ ବୋର୍ଡ ବୈଠକରେ କୁକୁରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଏହି ବୈଠକରେ କୁହାଯାଇଛି ଯେ ଯେଉଁମାନେ କୁକୁର ପାଳିବେ ସେମାନେ କୁକୁରଙ୍କ ବନ୍ଧ୍ୟାକରଣ କରିବା ସହ ଆଣ୍ଟି ରାବିଜ୍ ଟୀକାମକରଣ କରିବା ଅନିବାର୍ଯ୍ୟ । କୁକୁର ପାଳିବା ଲାଗି ରେଜିଷ୍ଟ୍ରେସନ ଫି’ ପୂର୍ବରୁ ୨୦୦ଟଙ୍କା ଥିଲା ଯାହାକୁ ଏବେ ବଢାଇ ୧୦୦୦ଟଙ୍କା କରି ଦିଆଯାଇଛି । 

ସେହିପରି ନବୀକରଣ ଫି’ ପୂର୍ବରୁ ୧୦୦ ଟଙ୍କା ଥିଲା ଏବେ ତାହାକୁ ୫୦୦ଟଙ୍କା କରି ଦିଆଯାଇଛି । ୨୦୦ ବର୍ଗ ଗଜରୁ ଅଧିକ ଦୂରତା ମଧ୍ୟରେ ୨ ଟି କୁକୁର ଓ ୪୦୦ ବର୍ଗ ଗଜରୁ ଅଧିକ ଦୂରତାରେ ୪ଟି କୁକୁର ଲାଗି ରେଜିଷ୍ଟ୍ରେସନ ଦିଆଯିବ । ଜନବସତି ଅଞ୍ଚଳରେ ୫ କିମ୍ବା ଏହାଠାରୁ ଅଧିକ କୁକୁର ପାଳନ କରାଯାଇପାରିବ ନାହିଁ । ଏଭଳି ଅନେକ ବଡ ନିଷ୍ପତି ନିଆଁ ଯାଇଛି। 

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

କେବଳ ଏତିକି ନୁହେଁ କୁକୁରର ମାଲିକ ଏକ ଶପଥ ପତ୍ର ଲେଖିବ ଯେଉଁଥିରେ ସେ ଶପଥ କରିବ ଯେ,ତାଙ୍କ କୁକୁର ଲାଗି ଆଉ କାହାକୁ ଯେପରି କୌଣସି ସମସ୍ୟା ହେବ ନାହିଁ । ସୋସାଇଟି ପାର୍କରେ ବୁଲାଇବା ସମୟରେ କୁକୁର ମାଲିକ କୁକୁର ମୁହଁରେ ଜାଲିବାଲା ମାସ୍କ ଲଗାଇବେ । ଏହା ସହିତ ନଗର ନିଗମ ପକ୍ଷରୁ ପିଟବୁଲ, ରଟୱେଲର ପ୍ରଭୃତି କିଛି କାମୁଡା କୁକୁରଙ୍କ ଉପରେ ବି ପ୍ରତିବନ୍ଧ ଲଗାଯାଇଛି।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ସହରରେ ବୁଲା କୁକୁରଙ୍କ ପାଇଁ ନିୟମ କଡାକଡି ହୋଇଛି । ବୁଲା କୁକୁରଙ୍କୁ ଆଉ କେହି ଅନ୍ୟ କାହାର ଘର ପାଖରେ ଖାଇବାକୁ ଦେବେ ନାହିଁ । ନିୟମ ଭାଙ୍ଗିଲେ ଏଣିକି ଆଉ ୫,୦୦୦ ଟଙ୍କା ନୁହେଁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି