ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

England to rollout world first seven-minute cancer treatment jab
 
England to rollout world first seven-minute cancer treatment jab
ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ଓଡ଼ିଆ ଗସିପ୍ ବ୍ୟୁରୋ: କ୍ୟାନସର ବା କର୍କଟ ରୋଗୀଙ୍କ ପାଇଁ ଇଂଲଣ୍ଡ ଖୁବ୍ ଶୀଘ୍ର ସାତ ମିନିଟର ଚିକିତ୍ସା ଆରମ୍ଭ କରିବ । ହଁ, ଆଜ୍ଞା ଆପଣ ଠିକ୍ ପଢ଼ୁଛନ୍ତି । ବ୍ରିଟେନର ସରକାରୀ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ବିଶ୍ୱର ପ୍ରଥମ ଏଜେନ୍ସି ହେବ, ଯିଏ ଇଂଲଣ୍ଡର ଶହ ଶହ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଇଞ୍ଜେକ୍ସନ୍ ପ୍ରଦାନ କରିବ । ଏହା ଚିକିତ୍ସା ସମୟକୁ ତିନି-ଚତୁର୍ଥାଂଶ ପର୍ଯ୍ୟନ୍ତ କମ୍ କରିପାରେ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

କମ୍ ସମୟ ମଧ୍ୟରେ ଉପଲବ୍ଧ ହେବ ଚିକିତ୍ସା 

ବ୍ରିଟିଶ ଔଷଧ ଓ ସ୍ୱାସ୍ଥ୍ୟସେବା ଉତ୍ପାଦ ନିୟାମକ ଏଜେନ୍ସି (MHRA) ଏହାକୁ ଅନୁମୋଦନ କରିଛି । ଅନୁମୋଦନ ପରେ NHS ଇଂଲଣ୍ଡ ମଙ୍ଗଳବାର ଦିନ କହିଛି ଯେ ଇମ୍ୟୁନୋଥେରାପି, ଆଟେଜୋଲିଜୁମାବରେ ଚିକିତ୍ସିତ ହେଉଥିବା ଶହ ଶହ ରୋଗୀଙ୍କୁ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଏହାଦ୍ୱାରା ଉନ୍ନତ ଫଳାଫଳ ଓ କର୍କଟ ଚିକିତ୍ସାରେ ସମୟ ହ୍ରାସ ହେବ ।

ରୋଗୀଙ୍କ ଯତ୍ନରେ ସାହାଯ୍ୟ କରିବ 

ୱେଷ୍ଟ୍ ସଫୋଲ୍କ୍ NHS ଫାଉଣ୍ଡେସନ୍ ଟ୍ରଷ୍ଟର ପରାମର୍ଶଦାତା ଅଙ୍କୋଲୋଜିଷ୍ଟ ଡକ୍ଟର ଆଲେକ୍ସଜାଣ୍ଡାର୍ ମାର୍ଟିନ୍ କହିଛନ୍ତି ଯେ ଏହି ଅନୁମୋଦନ କେବଳ ଆମ ରୋଗୀଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଆମ ଦଳକୁ ଦିନସାରା ଅଧିକ ରୋଗୀଙ୍କ ଚିକିତ୍ସା କରିବାରେ ସକ୍ଷମ କରିବ ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଏହିପରି ହୁଏ ଚିକିତ୍ସା

ଇଂଲଣ୍ଡର ଜାତୀୟ ସ୍ୱାସ୍ଥ୍ୟ ସେବା ରିପୋର୍ଟ କରିଛି ଯେ ଆଟେଜୋଲିଜୁମାବ, ଯାହା ଟେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା । ଟେସେଣ୍ଟ୍ରିକ୍ ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କର୍କଟ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ । ଏହା ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ବୁନ୍ଦା ମାଧ୍ୟମରେ ଦିଆଯାଏ । ଶିରା ଚିହ୍ନିବା କଷ୍ଟକର ହେଲେ ଅସୁବିଧା ଆସେ । ଏଭଳି ପରିସ୍ଥିତିରେ ରୋଗୀମାନଙ୍କୁ ଡ୍ରିପ୍ ଲଗାଇବାକୁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଏହି କମ୍ପାନୀ ତିଆରି କଲା ଇଞ୍ଜେକ୍ସନ୍

ରୋଚେ ପ୍ରଡକ୍ଟ ଲିମିଟେଡ୍ର ଡାକ୍ତରୀ ନିର୍ଦ୍ଦେଶକ ମାରିଅସ୍ ସ୍କୋଲ୍ଟଜ୍ କହିଛନ୍ତି ଯେ ଏହାକୁ ସିଧାସଳଖ ଶିରାରେ ପଠାଇବା ପ୍ରଣାଳୀ ସହିତ ଏହା ପୂର୍ବ ୩୦ ରୁ ୬୦ ମିନିଟ୍ ତୁଳନାରେ ପ୍ରାୟ ୭ ମିନିଟ୍ ସମୟ ନେଇଥାଏ । କହିରଖୁଛୁ ଯେ ଆଟେଜୋଲିଜୁମାବ ରୋଚେ (ROG.S) କମ୍ପାନୀ ଜେନେଟେକ୍ ଦ୍ୱାରା ନିର୍ମିତ । 

ଏହା ଏକ ଇମ୍ୟୁନୋଥେରାପି ମେଡିସିନ, ଯାହା ରୋଗୀର ନିଜସ୍ୱ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ଶକ୍ତିଶାଳୀ କରିଥାଏ ଓ କର୍କଟ କୋଷଗୁଡ଼ିକୁ ଖୋଜିବା ଓ ନଷ୍ଟ କରିବାରେ ସକ୍ଷମ ହୋଇଥାଏ । ଏହା ବର୍ତ୍ତମାନ ଫୁସଫୁସ, ସ୍ତନ ଓ ଯକୃତ ସମେତ ବିଭିନ୍ନ କର୍କଟ ରୋଗରେ ଆକ୍ରାନ୍ତ NHS ରୋଗୀଙ୍କୁ ଚିକିତ୍ସା କରୁଛି ।