ଉତ୍ତର ଭାରତରେ ସଂଘାତିକ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୯୧

ଦିଲ୍ଲୀରେ ଜମୁନା ନଦୀର ବନ୍ୟା ସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଜାରି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତରଭାରତରେ  ସଂଘାତିକ ହୋଇଛି ବନ୍ୟାସ୍ଥିତି।  ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ। ହିମାଚଳ ପ୍ରଦେଶରେ ବ୍ୟାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ଦିଲ୍ଲୀର ଜମୁନା ନଦୀ ବି ବିପଦସଙ୍କେତ ଉପରେ। ଏସବୁ ସ୍ଥାନରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୯୧ ଟପିଲାଣି।

ଅଧିକ ପଢ଼ନ୍ତୁ: ଜଳେଶ୍ୱରରେ ଜଘନ୍ୟ କାଣ୍ଡ: ନାବାଳିକାକୁ ଟେକି ନେଇ ସବୁ ସାରିଦେଲେ, ପାପୀଙ୍କୁ ମିଳୁ ଶାସ୍ତି

ଅନ୍ୟପକ୍ଷେ ହିମାଚଳପ୍ରଦେଶରେ ଏବେ ବି ଭୂସ୍ଖଳନ ଥମିନାହିଁ। ମଣ୍ଡିରେ ଚଣ୍ଡିଗଡ-ମନାଲି ନାଶନାଲ ହାଇୱେକୁ ଭୂସ୍ଖଳନ ଯୋଗୁ ବନ୍ଦ କରିଦିଆ ଯାଇଛି। ସେହିପରି ଦିଲ୍ଲୀରେ ଜମୁନା ନଦୀର ବନ୍ୟା ସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ସକାଳେ ଯମୁନା ଜଳସ୍ତର ୨୦୭.୧୪ ମିଟର ଉପରେ ଥିଲା। ଏଠାରେ ମନେ ପକେଇ ଦେବୁ, ୨୦୭୮ରେ ଯମୁନା ଜଳସ୍ତର ୨୦୭.୪୯ ମିଟରର ଥିବା ରେକର୍ଡ କରାଯାଇଛି। ଆଗକୁ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ:  ଓଡ଼ିଶାରେ ବଢିବ ବର୍ଷାର ପରିମାଣ: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଯମୁନା ଏଥର ୪୮ ବର୍ଷର ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି।  ଆଗାମୀ ୨ରୁ ୩ଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯାହା ବି ହେଉ, ସବୁଠି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିମାଚଳ ପ୍ରଦାଶର କୁଲ୍ଲୁ ଜିଲ୍ଲାରେ ବାୟୁ ସେନାର ହେଲିକପ୍ଟର ଦ୍ୱାରା ବନ୍ୟା ପ୍ରଭାବିତ   ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି।