ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...
 

Why are strokes on the rise and How can you prevent it
 
 
Why are strokes on the rise and How can you prevent it
ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ୱରେ ଷ୍ଟ୍ରୋକ୍ କାରଣରୁ ମୃତ୍ୟୁ ସଂଖ୍ଯା ଦିନକୁ ଦିନ ବଢି ଚାଲିଛି । ୨୦୧୯ରେ ଭାରତରେ ୧୩ ଲକ୍ଷ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥିଲେ ।ହାର୍ଟ୍ ଷ୍ଟ୍ରୋକ୍ ମାମଲାରେ ଭାରତ ଦକ୍ଷୀଣ ଏସିଆରେ ପ୍ରଥମ ସ୍ଥାନରେ ରହିଛି । ୨୦୫୦ ବେଳକୁ ଷ୍ଟ୍ରୋକ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯୭ ଲକ୍ଷ ହେବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅନୁମାନ । 

ଭାରତରେ ୨୦୧୯ରେ ୧୩ ଲକ୍ଷ ବ୍ୟକ୍ତି ଷ୍ଚ୍ରୋକରେ ପ୍ରାଣ ହରାଇଛନ୍ତି। କିଛି ଡାକ୍ତରଙ୍କ ଅନୁସାରେ କିଛି ରିସ୍କ ଏମିତି ରହିଛି ଯାହାକୁ ଆମେ ନିୟନ୍ତ୍ରିତ କରି ପାରିବା ନାହିଁ କିନ୍ତୁ କିଛି ନିରାକରଣ ଓ ପରିବର୍ତ୍ତନୀୟ ରିସ୍କକୁ ସାଧାରଣତଃ ଲୋକ ଜାଣିଶୁଣି ନଜରଅନ୍ଦାଜ କରନ୍ତି ଯାହା ଆଗକୁ ବିପଦର କାରଣ ହୋଇଥାଏ ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

‘ଆଗକୁ ସ୍ଥିତି ଗମ୍ଭୀର ହେବ’

ଡାକ୍ତରଙ୍କ ଅନୁସାରେ, ଯଦି ଲାଇଫ୍ ଷ୍ଟାଇଲକୁ ଆମେ ବଦଳାଇବା ନାହିଁ ଓ ନିରାକରଣ ଉପାୟକୁ ଅନୂସରଣ କରିବା ନାହିଁ ତେବେ ଆଗକୁ ସ୍ଥିତି ଗମ୍ଭୀର ହେବ । ଯଦି ଏବେଠାରୁ ଆମେ ସତର୍କ ହେବାନାହିଁ ତେବେ ୨୦୫୦ ବେଳକୁ ଷ୍ଟ୍ରୋକ୍ ଘଟଣା ଓ ମୃତ୍ୟୁହାରକୁ ନେଇ ଲାସେଣ୍ଟ୍ ଅଧ୍ୟୟନ ନିଶ୍ଚିତ ଭାବେ ସତ୍ୟ ପ୍ରମାଣିତ ହେବ ।

ଷ୍ଟ୍ରୋକର କିଛି କାରକଙ୍କ ମଧ୍ୟରୁ ସବୁଠାରୁ ଆଗରେ ଉଚ୍ଚ ରକ୍ତଚାପ ରହିଛି,ଯାହା ଷ୍ଟ୍ରୋକ ପାଇଁ ସବୁଠାରୁ ବିପଜ୍ଜନକ କାରକ । ଚିନ୍ତାର ବିଷୟ ହେଉଛି ଯେ,ଅନେକ ସମୟରେ ଏହାର ଲକ୍ଷଣହୀନ ପ୍ରକୃତି କାରଣରୁ ରୋଗୀ ଏବାବଦରେ ଅନଭିଜ୍ଞ ରୁହନ୍ତି । ଯେପର୍ଯ୍ୟନ୍ତ ଜଣେ ନିୟମିତ ଭାବେ ନିଜ ରକ୍ତଚାପର ଯାଂଚ ନକରିବେ ସେପର୍ଯ୍ୟନ୍ତ ଏହାକୁ ଜାଣିବା ସମ୍ଭବ ନୁହେଁ । ଏହା ବ୍ୟତିତ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଚିହ୍ନଟ ହୋଇଛି ସେମାନେ ମଧ୍ଯ ନିୟମିତ ଔଶଧ ସେବନ କରନ୍ତି ନାହିଁ । ଯେଉଁଥିପାଇଁ ଚିହ୍ନଟ ରୋଗୀଙ୍କ ମଧ୍ଯରୁ ଅର୍ଧେକଙ୍କ ରକ୍ତଚାପ ଅନିୟନ୍ତ୍ରିତ ହୋଇଯାଏ ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଖାଦ୍ୟ ଓ ଷ୍ଟ୍ରୋକ୍

ଏହା ସହିତ ଖାଦ୍ୟ ମଧ୍ଯ ଷ୍ଟ୍ରୋକର ଗୋଟିଏ ବଡ଼ କାରଣ । ଅତ୍ୟଧିକ ଲୁଣ ସେବନ ଓ ମୃଦୁପାନୀୟ ତଥା ଅଲ୍ଟ୍ରା ପ୍ରୋସେସଡ୍ ଖାଦ୍ୟ ପଦାର୍ଥ ମଧ୍ଯ ଷ୍ଟ୍ରୋକର କାରଣ ହୋଇଥାଏ । ଏହି ସବୁ ଖାଦ୍ୟ ବିପି ବଢାଇବା ସହିତ ମେଦବହୁଳତ ତଥା ମଧୁମେହର କାରଣ ହୋଇଥାଏ । ଧୂମପାନ,ଅତ୍ୟଧିକ ମଦ୍ୟପାନ ଓ ଅପର୍ଯ୍ୟାପ୍ତ ନିଦ ଭଳି ଜୀବନଶୈଳୀ ମଧ୍ଯ ଷ୍ଟ୍ରୋକର କାରଣ ।

କେମିତି ଷ୍ଟ୍ରୋକରୁ ରକ୍ଷା ପାଇବେ ?

ଯଦିଓ ତଥ୍ଯ ଭୟଭୀତ କଲାଭଳି ଲାଗୁଛି ତେବେ ଡାକ୍ତର ସୁଧିରଙ୍କ ଅନୁସାରେ ଜୀବନଶୈଳୀ ପରିବର୍ତ୍ତନ ଓ ପ୍ରଭାବୀ ରଣନୀତି ଦ୍ୱାରା ଷ୍ଟ୍ରୋକରୁ ରକ୍ଷା ପାଇହେବ । ଛ’ଟି ବିନ୍ଦୁରେ ଷ୍ଟ୍ରୋକର ମୁକାବିଲା ପାଇଁ ସେ ପରାମର୍ଶ ଦିଅନ୍ତି ।

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

୧. ନିଦକୁ ପ୍ରାଥମିକତା : ଷ୍ଟ୍ରୋକ ରୋକିବା ପାଇଁ ୯ ଘଣ୍ଟାର ପର୍ଯ୍ୟାପ୍ତ ନିଦ ନିହାତି ଆବଶ୍ଯକ ।

୨. ନିୟମିତ ବ୍ୟୟାମ : ଶାରିରିକ ବ୍ୟାୟାମ କେବଳ ଷ୍ଟ୍ରୋକ୍ ନୁହେଁ ଅନ୍ୟ ରୋଗର ମଧ୍ଯ ରାମବାଣ । ତେଣୁ ନିୟମିତ ବ୍ୟୟାମ କରନ୍ତୁ । ଅତିକମରେ ୩୦ ମିନିଟ୍ ବ୍ୟାୟାମ ଦୈନିକ କରନ୍ତୁ ।

୩. ଭୋଜନ ପରିବର୍ତ୍ତନ : ଖାଦ୍ୟ ଅଭ୍ଯାସ ବଦଳାନ୍ତୁ । ଲୁଣ କମ ଖାଆନ୍ତୁ । ଜଙ୍କ ଫୁଡରୁ ଦୁରେଇ ରୁହନ୍ତୁ । ଆଇସକ୍ରିମ୍,ଚକଲେଟ୍,ଅଲ୍ଟ୍ରା ପ୍ରୋସେସଡ୍ ପ୍ୟାକେଜଡ୍ ଖାଦ୍ୟକୁ ବର୍ଜନ କରନ୍ତୁ । ମୃଦୁପାନୀୟକୁ ମଧ୍ଯ ବର୍ଜନ କରନ୍ତୁ ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

୪.ଡେସ୍କ୍ ଜବ୍ କରୁଥିଲେ ଲମ୍ବା ସମୟ ଧରି ବସନ୍ତୁ ନାହିଁ । ମଝିରେ ମଝିର ୧୦ରୁ ୧୫ ମିନଟ ପାଇଁ ଛିଡା ହୋଇ କାମ କରନ୍ତୁ । ଲମ୍ବା ସମୟ ଧରି ବସି ରହିବା ଧୂମପାନ ସହିତ ସମାନ ବୋଲି ରିସର୍ଚ୍ଚ କହୁଛି ।

୫.ମଦ କମ ପିଅନ୍ତୁ : ମଦ ପିଇବା ସ୍ୱାସ୍ଥ୍ଯ ପାଇଁ ହାନିକାରକ କିନ୍ତୁ ଯଦି ପିଉଛନ୍ତି ତେବେ ମାତ୍ରା କମ କରନ୍ତୁ ।

୬. ଅଧିକ ସମୟ କାମ କରନ୍ତୁ ନାହିଁ : ଆଜିର ସମୟରେ କାମର କୌଣସି ସମୟ ନାହିଁ । ତେବେ ଅଧିକ ସମୟ କାମ

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ