ଜାଣନ୍ତୁ କେଉଁ ସମୟରେ ପାଣି ପିଇବା ଶରୀରର ଅତନ୍ତ୍ୟ ମହତ୍ଵପୂର୍ଣ୍ଣ…..
.
ଓଡ଼ିଆ ଗସିପ୍ ବ୍ୟୁରୋ: ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ। ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଶରୀର ହାଇଡ୍ରେଡ୍ ରହିଥାଏ ଏବଂ ଅନେକ ପ୍ରକାର ହଜମଜନିତ ରୋଗ ଦୂର ହୁଏ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...
-ଭୋକ ଲାଗିଲେ କିଛି ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଉତ୍ତମ ହୋଇଥାଏ।
-ବିମାନଯାତ୍ରା ସମୟରେ ମଧ୍ୟ ଅଧିକ ପାଣି ପିଇବା ଉଚିତ। କାରଣ ବିମାନଟି ଯେତେ ଊର୍ଦ୍ଧ୍ବକୁ ଯାଏ, ତା’ ଭିତରର ବାୟୁ ସେତିକି ଶୁଷ୍କ ହୋଇଯାଏ। ତେଣୁ ଶରୀରକୁ ହାଇଡ୍ରେଡ୍ ରଖିବା ପାଇଁ କିଛି କିଛି ସମୟ ବ୍ୟବଧାନରେ ଅଧିକ ପାଣି ପିଇବା ଉଚିତ।
ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା
-ମସାଜ୍ କରିବା ପୂର୍ବରୁ ମଧ୍ୟ ପାଣି ପିଇବା ଆବଶ୍ୟକ।
-ଜ୍ବର, ଝାଡ଼ା, ବାନ୍ତି, ଗ୍ୟାଷ୍ଟ୍ରିକ୍ ଇତ୍ୟାଦି ରୋଗରେ ଅଧିକ ପାଣି ପିଇବା ଉଚିତ। ଏହି ସମସ୍ୟା ଦେଖାଦେଲେ ପାଣିରେ ଓଆର୍ଏସ୍ ପକାଇ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
-ଯେଉଁମାନଙ୍କ ଶରୀରରୁ ଅଧିକ ଝାଳ ବାହାରେ ସେମାନେ ଅଧିକ ପାଣି ପିଇବା ଆବଶ୍ୟକ। ଜିମ୍ରେ ୱାର୍କଆଉଟ୍ ସରିବା ସଙ୍ଗେ ସଙ୍ଗେ କିମ୍ବା ସକାଳୁ ରନିଙ୍ଗ୍ ସରିବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। କଠିନ ଶାରୀରିକ ପରିଶ୍ରମ ପରେ କିଛି ସମୟ ବିଶ୍ରାମ ନେଇ ପାଣି ପିଇବା ଉତ୍ତମ ଅଭ୍ୟାସ।
ଅଧିକ ପଢ଼ନ୍ତୁ: ସକାଳୁ ପେଟ ସଫା ହେବାରେ ହେଉଛି କି ସମସ୍ୟା ? କରନ୍ତୁ ଏହି କାମ, ଥରକେ ହେବ ସଫା
-ମାସିକ ଧର୍ମ ସମୟରେ ମହିଳାଙ୍କୁ ଅଧିକ ପାଣି ପିଇବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି।
-ଆମେରିକାର ରାଷ୍ଟ୍ରୀୟ ବିଜ୍ଞାନ ଇଞ୍ଜିନିୟରିଂ ଏବଂ ଚିକିତ୍ସା ଆକାଡେମୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ପୁରୁଷଙ୍କୁ ପ୍ରତିଦିନ ୧୫.୫ କପ୍ ପାଣି ପିଇବା ଉତ୍ତମ ହୋଇଥିବାବେଳେ ମହିଳାଙ୍କ ପାଇଁ ଏହାର ପରିମାଣ ହେଉଛି ୧୧.୫ କପ୍।