‘ୱେକ୍ଅପ୍ ଷ୍ଟ୍ରୋକ୍ କଣ ? ଜାଣନ୍ତୁ ଏହି ଷ୍ଟ୍ରୋକ୍ରୁ ବର୍ତ୍ତିବାକୁ ହେଲେ କ’ଣ କରିବେ...
ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ମାନେ ଜାଣିଥିବେ ଯେ ଆଜିକାଲିର ଖରାପ ଖାଦ୍ୟ ଓ ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଲୋକେ ଏବେ ଅଧିକ ରୋଗଗ୍ରସ୍ତ ହେଉଛନ୍ତି। ଫଳରେ ଷ୍ଟ୍ରୋକ୍ ଏବଂ ହୃଦ୍ଘାତ , ମସ୍ତିଷ୍କ ଅଚଳ ଆଦି ଗମ୍ଭୀର ସମସ୍ୟା ଦେଖିବାକୁ ମିଳୁଛି।
ଅଧିକ ପଢନ୍ତୁ : ଜାଣନ୍ତୁ ୟୁରିକ ଏସିଡ ବଢିବାର ୩ଟି ବଡ଼ କାରଣ, ଜାଣିଲେ ସହଜ ହେବ ଚିକିତ୍ସା
ତେବେ ସକାଳ ସମୟରେ ସବୁଠୁ ଅଧିକ ଦେଖିବାକୁ ମିଳୁଥିବା ଷ୍ଟ୍ରୋକ୍କୁ ‘ୱେକ୍ଅପ୍ ଷ୍ଟ୍ରୋକ୍’ କୁହାଯାଇଥାଏ। ଏହି ଷ୍ଟ୍ରୋକ୍ରୁ ବର୍ତ୍ତିବାକୁ ହେଲେ କ’ଣ କରିବା ଆବଶ୍ୟକ, ଜାଣି ରଖନ୍ତୁ। ଉଚ୍ଚ ରକ୍ତଚାପ, ରକ୍ତଜମାଟ, ଅଧିକ ନିଶା ସେବନ, ମଦ୍ୟପାନ, ତମାଖୁ ଆଦି ସେବନ କରୁଥିବା ଲୋକ, ବୟସ୍କ ଓ ମେଦବହୁଳତା ଲୋକଙ୍କ ପ୍ରତି ୱେକ୍ଅପ୍ ଷ୍ଟ୍ରୋକ୍ର ଅଧିକ ବିପଦ ରହିଥାଏ। ୱେକ୍ ଅପ୍ ଷ୍ଟ୍ରୋକରେ ଆକ୍ରାନ୍ତଙ୍କଠାରେ ଅଚାନକ ମୁଣ୍ଡ ବିନ୍ଧା, ଆଖିକୁ ସ୍ପଷ୍ଟ ଦେଖା ନଯିବା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ।
ଅଧିକ ପଢନ୍ତୁ : କୋଟିଏ ଟଙ୍କାର ପାଣି ପାଇପ୍ ଚୋରି ଅଭିଯୋଗରେ ୧୧ ଜଣକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
ଉପଚାର: ଉଚ୍ଚ କୋଲେଷ୍ଟ୍ରଲ, ରକ୍ତଚାପ, ମଧୁମେହ, ମୋଟାପଣ, ଅଧିକ ମଦ୍ୟପାନ ସେବନକୁ ନିୟନ୍ତ୍ରଣରେ ରଖିବା ଜରୁରି। ୱେକ୍ଅପ୍ ଷ୍ଟ୍ରୋକ୍ରୁ ବର୍ତ୍ତିବାକୁ ସ୍ବାସ୍ଥ୍ୟକର ଡାଏଟ, ସକ୍ରିୟ ଜୀବନଶୈଳୀ ଆପଣାଇବା ଆବଶ୍ୟକ। ଦୈନିକ ବ୍ୟାୟାମ ଓ ଯୋଗାସନ ଦ୍ବାରା ଏପରି ସମସ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ।
ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..
( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)