ଏଭଳି ଅଭ୍ୟାସ ନଛାଡିଲେ ହୋଇପାରେ ଡାଇବେଟିସ୍! ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

This healthy habits that decrease your risk of diabetes
 
ଏହି ଅଭ୍ୟାସ ବଦଳାନ୍ତୁ ନଚେତ୍ ହୋଇପାରେ ଡାଇସେଟିସ୍!
 

ଓଡ଼ିଆ ଗସିପ୍ ବ୍ୟୁରୋ: ମଧୁମେହ ବା ଡାଇସେଟିସ୍ ଏତେ ସାଧାରଣ ହୋଇଗଲାଣି ଯେ ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ଖରାପ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ ମଧୁମେହର ଶିକାର ହେଉଛନ୍ତି। 

ଡାଇସେଟିସ୍ ରୋଗ ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡେ ନାହିଁ । ଯେଉଁମାନଙ୍କୁ ଡାଇବେଟିସ ହୋଇଛି ସେମାନେ ଏହା ପ୍ରାର୍ଥନା କରନ୍ତି ଯେ, କେଉଁ ଶତ୍ରୁକୁ ମଧ୍ୟ ଏହି ରୋଗ ନ ହେଉ । ଏହି ଡିଜିଜ ପାଇଁ କିଡନୀ ଖରାପ ହେବା ସହ ହାର୍ଟ ଆଟାକର ଭୟ ମଧ୍ୟ ରହିଥାଏ । ଯଦି ଆପଣ ଚାହୁଁଛନ୍ତି ଡାଇବେଟିସ୍ ନହେବା ପାଇଁ ତେବେ ଦୈନିକ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରିଦିଅନ୍ତୁ ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ମଧୁମେହ ବଂଶଗତ କାରଣ ପାଇଁ ହୋଇପାରେ, ହେଲେ ଖାସକରି ଆମ ଜୀବନ ଶେଳୀରେ ଥିବା ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ ।

ନିଦ ପୁରା ନହେବା:- ଏହା ଆମ ସମସ୍ତଙ୍କୁ ଭଲଭାବେ ଜଣା ଅଛି ଯେ, ଦିନକୁ ୭ରୁ ୮ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହା ମଧ୍ୟରୁ ଡାଇବେଟିସ ରୋଗ ଅନ୍ୟତମ । ନିଦ କମ ହେଲେ ଭୋକ କମ ହୋଇଥାଏ ଏବଂ ଗ୍ଲୁକୋଜକୁ ନିୟନ୍ତ୍ରଣ କରୁଥିବା ହର୍ମୋନ କମ ହୋଇଥାଏ । ଏହାଦ୍ୱାରା ଶରୀର ମୋଟା ହୋଇ ଡାଇବେଟିସ ଜନ୍ମ ନେଇଥାଏ ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ସକାଳ ଖାଦ୍ୟ ନ ଖାଇଲେ:- ଆଜିକାଲି ସ୍କୁଲ, କଲେଜ ଏବଂ ଅଫିସ ଶିଘ୍ର ପହଁଚିବା ପାଇଁ କିଛି ଲୋକ ସକାଳ ଖାଦ୍ୟକୁ ଖାଉ ନାହାନ୍ତି । ଏହା ଆମ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଭୁଲରେ ଏହାକୁ କରନ୍ତୁ ନାହିଁ ନଚେତ ଆପଣ ମଧ୍ୟ ଏହି ଡାଇବେଟିସ୍ ର ଶିକାର ହୋଇପାରନ୍ତି । ଜଳଖିଆ ନ ଖାଇଲେ ଆପଣଙ୍କ ଲଂଚ ପର୍ଯ୍ୟନ୍ତ ପେଟ ଖାଲି ରହୁଛି । ଏହାଦ୍ୱାରା ବ୍ଲଡ ସୁଗାର ଏବଂ ଇନ୍ସୁଲିନ ଲେବୁଲ ସ୍ତର ସ୍ଥାୟୀ ହୋଇ ରହେ ନାହିଁ ।

ରାତ୍ରୀ ଭୋଜନ ପରେ ପୁଣି ଖାଇବା:- ଯଦି ରାତିରେ ଓଜନଦାର ଜିନିଷ ଖାଉଛନ୍ତି ଏବଂ ଖାଦ୍ୟ ଖାଇସାରିବା ପରେ ଅନ୍ୟ କିଛି ଖାଉଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ଠିକ କରନ୍ତୁ । ହେଲଥ ଏକ୍ସପର୍ଟ ମାନେ କୁହନ୍ତି ଯେ, ଡାଏଟ ପ୍ୟାଟର୍ଣ୍ଣ ବ୍ଲଡ ସୁଗାର ସ୍ପାଇକ୍ସ କରିପାରେ । ଏହାଦ୍ୱାରା ଇନସୁଲିନର ସିକ୍ରିସନ ରହିଯାଇଥାଏ । ଯଦି ଆପଣଙ୍କୁ ରାତ୍ରୀ ଭୋଜନ ପରେ ଅନହେଲଦୀ ଚିପ୍ସ ବା ସ୍ନାକ୍ସ ଆଦି ଖାଇବାକୁ ଇଚ୍ଛା ହେଉଛି ତେବେ ଏହା ପରିବର୍ତ୍ତେ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)