ଫଳ ସହିତ କ’ଣ ଖାଇବା ଅନୁଚିତ, ଯାହା ଶରୀର ପାଇଁ କ୍ଷତିକାରକ!
 

These fruit combinations that you should never eat
 
ଫଳ ସହିତ କ’ଣ ଖାଇବା ଅନୁଚିତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଫଳ ସହିତ କେତେକ ଜିନିଷ ଖାଇବା ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଫଳ ସହିତ କ’ଣ ଖାଇବା ଅନୁଚିତ…

ଅଧିକ ପଢନ୍ତୁ : ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଫଳ ସହିତ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ(ଅଣ୍ଡା, ମାଂସ ଆଦି) ଖାଇବା ଅନୁଚିତ। ଫଳରେ ନାଚ୍ୟୁରାଲ ସୁଗାର ଥାଏ ଯାହାକି ଶୀଘ୍ର ହଜମ ହୋଇଯାଇଥାଏ, ଅପରପକ୍ଷରେ ପ୍ରୋଟିନ୍‌ ହଜମ ହେବାକୁ ସମୟ ଲାଗିଥାଏ। ଏହାକୁ ଏକାଠି ଖାଇବା ଦ୍ବାରା ହଜମଜନିତ ସମସ୍ୟା ଦେଖାଯାଏ।
ସେହିଭଳି ଖଟାଫଳକୁ ଦୁଗ୍ଦଜାତୀୟ ଦ୍ରବ୍ୟ(କ୍ଷୀର, ଦହି) ସହିତ ଖାଇବା ଅନୁଚିତ। ଏହାଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ। ଖଟା ଫଳରେ ଥିବା ଏସିଡ୍‌, ଦୁଗ୍ଧଜାତ ପଦାର୍ଥରେ ଥିବା ପ୍ରୋଟିନ୍‌ ସହ ମିଶି ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଅଲଗା ଅଲଗା ସେବନ କରିବା ଉଚିତ।

ଦେଖନ୍ତୁ EXCLUSIVE ଭିଡ଼ିଓ: ୩୫୦ କୋଟି ଜବତ ଘଟଣାରେ ଆସିଲା ସାଙ୍ଘାତିକ ତଥ୍ୟ, ଧୀରଜଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ ନେଇଥିଲେ ୭୫ କୋଟି !

ଫଳକୁ ବ୍ରେଡ୍‌ କିମ୍ବା ଆଳୁ ଭଳି ହାଇ ଷ୍ଟ୍ରାଚ୍‌ଯୁକ୍ତ ଖାଦ୍ୟ ସହିତ ଖାଇବା ଅନୁଚିତ। ଏହାଦ୍ବାରା ଗ୍ୟାସ୍‌, ପେଟଫୁଲା ଆଦି ସମସ୍ୟା ଦେଖାଯାଇପାରେ।
ସେହିଭଳି ତରଭୁଜକୁ ଅନ୍ୟ କୌଣସି ଫଳ ସହ ଖାଇବା ଅନୁଚିତ। ଏହାକୁ ଅନ୍ୟ ଫଳ ସହ ଖାଇବା ଦ୍ବାରା ପାଚନ ସମ୍ପର୍କୀୟ ସମସ୍ୟା ଦେଖାଯାଇପାରେ।
ସେହିଭଳି ଅଧିକ ଭାରୀ ଯୁକ୍ତ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଅନୁଚିତ। ଫଳ ଶୀଘ୍ର ହଜମ ହୋଇଯାଏ। ଏହାକୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଖାଇବା ଦ୍ବାରା ଏହା ହଜମ ହେବାକୁ ସମୟ ଲାଗିଥାଏ। ତେଣୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଫଳ ଖାଇବା ଆବଶ୍ୟକ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !