ସାମ୍ନାକୁ ଆସିଲା ଡାଇବେଟିସର ନୂଆ ଲକ୍ଷଣ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ପରୀକ୍ଷା

New Signs and Symptoms of Diabetes
 
New Signs and Symptoms of Diabetes
ସାମ୍ନାକୁ ଆସିଲା ଡାଇବେଟିସର ନୂଆ ଲକ୍ଷଣ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ କରାନ୍ତୁ ପରୀକ୍ଷା

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା । ଅଧିକାଂଶ ଲୋକ ଭୁଲ ଜୀବନଶୈଳୀ (lifestyle) ଓ କିଛି ଜେନେଟିକ୍ କାରଣରୁ ଏହି ରୋଗ ସହ ସଂଘର୍ଷ କରୁଛନ୍ତି । ସୁଗର ଲେବୁଲ ଏକ କ୍ରନିକ୍ ଅବସ୍ଥା ଯେଉଁ କାରଣରୁ ଶରୀରରେ ଗ୍ଲୁକୋଜ୍ ମାତ୍ରା ବୃଦ୍ଧି ପାଇଥାଏ । ଅନେକ ଲୋକ ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ଅଣଦେଖା କରିଥାନ୍ତି, ପରବର୍ତ୍ତୀ ସମୟରେ ଏହି ସମସ୍ୟା ଅଧିକ ଗୁରୁତର ହେବାପରେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଭେଟିବା ସହ ଚିକିତ୍ସା ଆରମ୍ଭ କରିଥାନ୍ତି । ଯଦିଓ ସଚେତନତା ଅଭାବରୁ ଅନେକ ଲୋକ ମଧୁମେହର ଲକ୍ଷଣ ଜାଣିପାରିନଥାନ୍ତି । 

କେବେ କେବେ ମଧୁମେହ ବା ଡାଇବେଟିସ୍ ରୋଗର ଲକ୍ଷ୍ୟଣକୁ ଜାଣିବା ସହଜ ହେଉନଥିଲେ ବି ଅଧିକ ଥର ଭୋକ ଲାଗିବା, ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଗଲେ ଲୋକେ ସାଧାରଣତଃ ଡାକ୍ତର ପରାମର୍ଶ କରିଥାନ୍ତି । ହେଲେ ଏବେ ଆଉ ଏକ ନୂଆ ଲକ୍ଷଣ ସାମନାକୁ ଆସିଛି ଯାହାକୁ ନେଇ ବିଶେଷଜ୍ଞମାନେ ଦାବି କରୁଛନ୍ତି, ତାହା ହେଉଛି ପାଟିରୁ ବାହାରୁଥିବା ଗନ୍ଧ ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଦିନକୁ ଦିନ ଆମ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିରୁ ଅଧିକାଂଶ ଟାଇପ୍ -୨ ଡାଇବେଟିସ୍ । ଏହାର କିଛି ସାଧାରଣ ଲକ୍ଷଣ ଜଣାପଡିଥିଲେ ବି ଏବେ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଛି ବୋଲି ଦାବି କରିଛନ୍ତି ବିଶେଷଜ୍ଞ । ଯଦି ଆପଣଙ୍କ ମୁହଁରୁ ଆସାମାନ୍ୟ ଗନ୍ଧ ବାହାରୁଛି ଏହାର ଅର୍ଥ ଆପଣଙ୍କ ବ୍ଲଡ ସୁଗାର ଅଧିକ ହୋଇପାରେ । ଅନ୍ୟ ଅର୍ଥରେ ଆପଣଙ୍କୁ ଡାଇବେଟିସ୍ ହେବାର ଏହା ହେଉଛି ଆଉ ଏକ ଲକ୍ଷଣ । ଆପଣଙ୍କ ପାଟିରୁ ଫଳର ଗନ୍ଧ ଆସିଲେ ଏହା ‘ଡାଏବେଟିକ୍ କିଟୋଏସିଡୋସିସ୍’ର ଲକ୍ଷଣ ହୋଇପାରେ, ଯାହା ମଧୁମେହର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ୱେଟୱଚର୍ସଙ୍କ ଅନୁସାରେ, ‘ଡାଏବେଟିକ୍ କିଟୋଏସିଡୋସିସ୍’ ଶରୀର ମଧ୍ୟରେ ହେଉଥିବା ଏକ ପ୍ରକ୍ରିୟା, ଯେଉଁଥିରେ ଇନସୁଲିନ୍ ମାତ୍ରା କମିଯାଏ, ଫଳରେ ରକ୍ତ କଣିକାରେ ହାନିକାରକ କିଟୋନ୍ସ ସୃଷ୍ଟିି ହୁଏ । ଫଳରେ ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ପାଟିରୁ ଏଭଳି କିଛି ଗନ୍ଧ ବାହାରିଲେ ଡେରି ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କରିବାକୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।