ଏପରି ୭ଟି ଭୁଲ୍ ଯାହା ସକାଳୁ ଉଠିବା ପରେ ଭୁଲରେ ବି କରିବା ଉଚିତ ନୁହଁ, ଆଣିପାରେ ଶାରିରୀକ ସମସ୍ୟା

Morning Diet and Fitness Tips for a healthy LIFE
 
ଏପରି ୭ଟି ଭୁଲ୍ ଯାହା ସକାଳୁ ଉଠିବା ପରେ ଭୁଲରେ ବି କରିବା ଉଚିତ ନୁହଁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେ ସମସ୍ତେ ସକାଳୁ ଉଠିବା ମାତ୍ରେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ପ୍ରାର୍ଥନା କରୁ ଯେ ମୋ ପାଇଁ ଦିନଟି ଭଲ ଯାଉ । କିନ୍ତୁ ଆପଣଙ୍କ ଦିନ ସେତେବେଳେ ଭଲ ହେବ ଯେତେବେଳେ ଆପଣଙ୍କ ସକାଳର ଆରମ୍ଭ ସଠିକ୍ ଭାବରେ ହେବ । 

କିନ୍ତୁ ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ୭ଟି ଭୁଲ୍ ବିଷୟରେ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

୧. ଧୂମପାନ : ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ ।

୨. ଜଳଖିଆ ନ ଖାଇବା : ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ଜଳଖିଆ ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

୩. କଫି ପିଇବା : ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ | ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।

୪. କିଛି ମସଲାଯୁକ୍ତ ଖାଦ୍ୟ : ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

୫. ପାଣି ନ ପିଇବା : ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।

୬. ବ୍ୟାୟାମ ନ କରିବା : ସକାଳେ ବ୍ୟାୟାମ ନକରିବା କାରଣରୁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ ।

୭. ମଦ୍ୟପାନ : ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!