ବଢୁଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବେ କିପରି ? ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ...

how to control high cholesterol know the tips
 
ବଢୁଥିବା କୋଲେଷ୍ଟ୍ରଲକୁ କିପରି କରିବେ ନିୟନ୍ତ୍ରଣ ?

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ଜାଣିଥିବେ ଯେ ମେଡିସିନ୍‌ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ୍‌ ହୋଇଥାଏ। ହେଲେ ଏହାସହ ଜୀବନଶୈଳୀ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ହୋଇଥାଏ।। ଶରୀରରେ ଖରାପ କୋଲେଷ୍ଟ୍ରଲ୍‌ ସୃଷ୍ଟି ହେବା ପୂର୍ବରୁ ହିଁ ଆମକୁ ଆମ ଖାଦ୍ୟପେୟ ଉପରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଯେତିକି ଆମେ ସଚେତନ ରହିବା, ସେତିକି ରୋଗ ଆମଠାରୁ ଦୂରେଇ ରହିବ। ଆପଣଙ୍କ ଖାଦ୍ୟରେ କିଛି ପରିବର୍ତ୍ତନ କୋଲେଷ୍ଟ୍ରଲ ହ୍ରାସ କରିପାରେ ଓ ହାର୍ଟକୁ ସୁସ୍ଥ ରଖିଥାଏ।

ଯଦି ଆପଣଙ୍କର କୋଲେଷ୍ଟ୍ରଲ ସନ୍ତୁଳନ ବାହାରେ, ତେବେ ଜୀବନଶୈଳୀରେ ପରିବର୍ତ୍ତନ ହିଁ ଏକ ମାତ୍ର ଚିକିତ୍ସା। ଚର୍ବି ନିୟନ୍ତ୍ରିତ, ଦ୍ରବୀଭୂତ ଫାଇବର ଏବଂ ଉଦ୍ଭିଦ ଷ୍ଟେରୋଲ ଏବଂ ଭଲ HDL ବୃଦ୍ଧି କରିପାରିବ ଏବଂ ଖରାପ LDL ହ୍ରାସ କରିପାରିବ।

ଉଚ୍ଚ LDL କୋଲେଷ୍ଟ୍ରଲ ଅନେକ କାରଣ ହୃଦୟ ସମସ୍ୟା କିମ୍ବା ଷ୍ଟ୍ରୋକ ସହିତ ସଂଯୁକ୍ତ ହୋଇପାରେ। ତେବେ ଆମ ଶରୀରରେ କୋଲେଷ୍ଟ୍ରଲ କେତେ ପରିମାଣରେ ରହିବା ଆବଶ୍ୟକ ସେ ସମ୍ପର୍କରେ ଜାଣିବା। କୋଲେଷ୍ଟ୍ରଲର ପରିମାଣ ଜାଣିବା ପାଇଁ ଆମକୁ ପ୍ରଥମେ ଲିପିଡ ପ୍ରୋଫାଇଲ ଟେଷ୍ଟ କରେଇବାକୁ ପଡ଼ିବ।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

  • ଯଦି ଏଲଡିଏଲ ସ୍ତର ୧୦୦ ରୁ କମ୍ ତେବେ ଚିନ୍ତା କରିବାର କିଛି ନାହିଁ।
  • ୧୦୦ ରୁ ୧୨୯ ମିଗ୍ରା / ଡିଏଲ୍ ମଧ୍ୟରେ ଥିବା ସେହି ବ୍ୟକ୍ତିଙ୍କ ପାଇଁ ଭଲ ଯେଉଁ ବ୍ୟକ୍ତିଙ୍କ ଶରୀରରେ କୌଣସି ରୋଗ ନଥାଏ, କିନ୍ତୁ ହୃଦ ରୋଗୀଙ୍କ ପାଇଁ ଏହା ବିପଦଜନକ ଅଟେ।
  • ୧୩୦ ରୁ ୧୫୯ ମିଗ୍ରା / ଡିଏଲ୍ କୁ ସୀମା ରେଖାର ଉଚ୍ଚସ୍ତର ଭାବରେ ବିବେଚନା କରାଯାଏ।
  • ୧୬୦ ରୁ ୧୮୯ ମିଗ୍ରା / ଡିଏଲ୍ କୁ ଉଚ୍ଚ ସ୍ତର ବୋଲି ବିବେଚନା କରାଯାଏ।
  • ୧୯୦ ରୁ ଏମଜି/ ଡିଏଲ୍ ଅତ୍ୟଧିକ ଉଚ୍ଚ ସ୍ତର ଭାବରେ ବିବେଚନା କରାଯାଏ।

ଏହି ସବୁ ଉପାୟରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିହେବ :-

ସାଚୁରେଟଡ୍‌ ଫ୍ୟାଟ୍‌ ଥିବା ଖାଦ୍ୟ ଯେମିତିକି ମଟନ୍‌, ଚର୍ବିଯୁକ୍ତ ମାଂସ ଖାଦ୍ୟ ଯେତେ ସମ୍ଭବ କମ୍‌ ଖାଆନ୍ତୁ। ଏହି ସବୁ ଚର୍ବିଯୁକ୍ତ ମାଂସ କମ୍‌ ଖାଇବା ଫଳରେ ରକ୍ତରେ LDL ବା ଖରାପ କୋଲେଷ୍ଟ୍ରଲ ହେବ ନାହିଁ। ଟ୍ରାନ୍ସ ଫ୍ୟାଟ୍‌ ଯେପରିକି ତେଲ, କୁକିଜ୍‌, କେକ୍‌ ଖାଆନ୍ତୁ ନାହିଁ। ଟ୍ରାନ୍ସ ଫ୍ୟାଟ୍‌ ପୂରା କୋଲେଷ୍ଟ୍ରଲକୁ ବଢ଼ାଇଥାଏ।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଓମେଗା-୩ ଫ୍ୟାଟି ଏସିଡ୍‌ ଖାଆନ୍ତୁ: ଓମେଗା-୩ ଫ୍ୟାଟି ଏସିଡ୍‌ ଶରୀରରେ କୋଲେଷ୍ଟ୍ରଲକୁ ବଢ଼ାଇ ନଥାଏ ବରଂ ହାର୍ଟକୁ ସୁସ୍ଥ ରଖିଥାଏ। ଏହାସହ ରକ୍ତଚାପକୁ ବି କମ୍‌ କରିଥାଏ। ଫ୍ଲାକସିଡ୍‌ ଓ ଓ୍ୱାଲନଟ୍‌ ଓ ମାଛରେ ଓମେଗା-୩ ଫାଟି ଏସିଡ୍‌ ଭରି ରହିଛି।

ଫାଇବରଯୁକ୍ତ ଖାଦ୍ୟ: ଓଟ୍ସ, ବିନ୍‌, ରାଜମା, ଗଜାବୁଟ ଓ ମୁଗ, ଓଟସ୍ , ବାର୍ଲି, ଶସ୍ୟ ଜାତୀୟ ଖାଦ୍ୟ, ଲେମ୍ବୁ, ବାଇଗଣ, ଭେଣ୍ଡି ,ବାଦାମ , କାନୋଲା ତେଲ ,ସୋୟା ଆଧାରିତ ଖାଦ୍ୟ,ଫ୍ୟାଟି ମାଛ , ସେଓ ଓ ପିଜୁଳିରେ ଫାଇବର ମାତ୍ରା ଭରପୂର ମାତ୍ରାରେ ଥାଏ। ଏହା ଖରାପ କୋଲେଷ୍ଟ୍ରଲକୁ ରକ୍ତରେ ହେବାକୁ ଦିଏ ନାହିଁ।

ଏକ୍ସରସାଇଜ୍‌ ଓ ଶରୀରିକ ପରିଶ୍ରମ: ବ୍ୟାୟାମ ଭଲ କୋଲେଷ୍ଟ୍ରଲ ବୃଦ୍ଧି କରିବା ସହ ଖରାପ କୋଲେଷ୍ଟ୍ରଲକୁ କମ୍‌ କରିଥାଏ। ଦିନକୁ ୩୦ ମିନିଟ୍‌ ଏକ୍ସରସାଇଜ୍‌ କରନ୍ତୁ। ଏବଂ 
ଧୂମପାନ ଛାଡ଼ିବା ଦ୍ୱାରା HDL କୋଲେଷ୍ଟ୍ରଲ ବଢ଼ିଥାଏ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)